ଭାରତରେ ବୋମା ବିସ୍ଫୋରଣର ଯୋଜନା କରୁଛି ଜାକିର ନାଏକ!

ଭାରତରେ ବୋମା ବିସ୍ଫୋରଣର ଯୋଜନା କରୁଛି ଜାକିର ନାଏକ!

ଭାରତରେ ବୋମା ବିସ୍ଫୋରଣର ଯୋଜନା କରୁଛି ଜାକିର ନାଏକ!
ନୂଆଦିଲ୍ଳୀ : ଭାରତ ସରକାରଙ୍କ ଦ୍ୱାରା ପଳାତକ ଘୋଷିତ ହୋଇଥିବା ବିବାଦୀୟ ଧର୍ମଗୁରୁ ଜାକିର ନାଏକ ଭାରତରେ ବିସ୍ଫୋରଣର ଯୋଜନା କରୁଛି । ଭାରତୀୟ ଗୁଇନ୍ଦା ସଂସ୍ଥା ର ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି । ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପିଏଫଆଇ ଏବଂ କିଛି ରୋହିଙ୍ଗ୍ୟା ସଙ୍ଗଠନ ମଧ୍ୟ ଏହି ଆକ୍ରମଣ ଯୋଜନାରେ ସାମିଲ ହୋଇଛନ୍ତି । ଆସନ୍ତା ଜାନୁୟାରୀ ୨୬ ତାରିଖରେ ଭାରତର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବାର ଯୋଜନା ରହିଥିବା କୁହାଯାଇଛି । ଜାକିର ନାଏକ ଏବଂ ଏହି ସଙ୍ଗଠନ ଗୁଡିକ ଏକ ନୂତନ ସଙ୍ଗଠନ ଜରିଆରେ ଏହି ବିସ୍ଫୋରଣ କରାଇବାକୁ ଚାହୁଁଥିବା ଜଣାପଡିଛି । ଏହି ବିସ୍ଫୋରଣ ପାଇଁ ପ୍ରାୟ ୨ ଲକ୍ଷ ଆମେରିକୀୟ ଡଲାରର ଆର୍ଥିକ ଦେଣନେଣ ମଧ୍ୟ ହୋଇଥିବା ଜଣାପଡିଛି । ଭାରତର ୬ଟି ସହରକୁ ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦିଲ୍ଳୀ, ଅଯୋଧ୍ୟା, ବୋଧଗୟା, ଶ୍ରୀନଗର ଏବଂ ଚଣ୍ଡିଗଡ ସହିତ ପଶ୍ଚିମବଙ୍ଗର ଏକ ରାଜ୍ୟକୁ ଟାର୍ଗେଟ କରିଛନ୍ତି ଏହି ଆତଙ୍କୀ ଗୋଷ୍ଠୀ । ଏହି ବିସ୍ଫୋରଣ ପାଇଁ ଅର୍ଥ ଜାକିର ନାଏକ ଏବଂ ରୋହିଙ୍ଗ୍ୟା ନେତା ମହମ୍ମଦ ନାସେର ଯୋଗାଡ କରିଛନ୍ତି । ଏହି ଦୁଇ ଜଣ ବିସ୍ଫୋରଣ ପାଇଁ ୨ ଲକ୍ଷ ଡଲାରର ଅର୍ଥ ପ୍ରଦାନ କରିଛନ୍ତି । ଚେନ୍ନାଇରେ ରହିଥିବା ଜଣେ ଅପରେଟିଭ ନିକଟକୁ ଏହି ଅର୍ଥ ଆସିଥିବା ଜଣା ପଡିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୬ରୁ ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ଭାରତ ସରକାରଙ୍କ ୱାଣ୍ଟେଡ ତାଲିକାରେ ରହିଛି ଜାକିର ନାଏକ ।