ଇସ୍ତଫା ଦେଲେ କର୍ଣ୍ଣାଟକ ବାଚସ୍ପତି

ଇସ୍ତଫା ଦେଲେ କର୍ଣ୍ଣାଟକ ବାଚସ୍ପତି

ଇସ୍ତଫା ଦେଲେ କର୍ଣ୍ଣାଟକ ବାଚସ୍ପତି
କର୍ଣ୍ଣାଟକ: କର୍ଣ୍ଣାଟକରେ ଶେଷ ହେଲା ରମେଶ କୁମାରଙ୍କ ଇଂନିସ । ନିଜ ପଦରୁ ଇସ୍ତଫା ଦେଇଛନ୍ତି ବାଚସ୍ପତି କେ.ଆର ରମେଶ କୁମାର । ୟେଦୁରପ୍ପା ଆସ୍ଥା ଭୋଟରେ ଜିତିଲା ପରେ ବାଚସ୍ପତି କେ.ଆର ରମେଶ କୁମାର ନିଜ ପଦ ଛାଡ଼ିଛନ୍ତି । ରମେଶଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଅଣାଯିବା ସମ୍ପର୍କରେ ଚର୍ଚ୍ଚା ହେଉଥିଲା । ଗତ କିଛି ଦିନ ଧରି ରମେଶଙ୍କ କାର୍ଯ୍ୟଶୈଳୀ ସାରା ଦେଶରେ ଚର୍ଚ୍ଚିତ ଥିଲା । ଗତ ଏକ ମାସ ଧରି କର୍ଣ୍ଣାଟକ ରାଜନୀତି ସରଗରମ ରହିଥିଲା । କେତେବେଳେ କଣ ଘଟୁଥିଲା ତାହା ଅନୁମାନ ମଧ୍ୟ କରି ହେଉନଥିଲା । ତେବେ ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । କଂଗ୍ରେସ-ଜେଡିଏସ ସରକାରକୁ ଭାଙ୍ଗି ନୂତନ କରି ବିଜେପି ସରକାର ସ୍ଥାପନ କରିଥିବା ବିଏସ ୟେଦିୟୁରପ୍ପା ଆଜି ବିଧାନସଭାରେ ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି । ଏହାର କିଛି ସମୟ ପରେ ସବୁବେଳେ ନିଜର ତୋଡ଼ ଦେଖାଇ ଆସୁଥିବା ବାଚସ୍ପତି କେ.ଆର ରମେଶ କୁମାର ନିଜ ପଦ ଛାଡ଼ିଛନ୍ତି ।