ଭୁବନେଶ୍ୱରକୁ ମିଳିଲା ଓଡିଏଫ++ ମାନ୍ୟତା

ଭୁବନେଶ୍ୱରକୁ ମିଳିଲା ଓଡିଏଫ++ ମାନ୍ୟତା

ଭୁବନେଶ୍ୱରକୁ ମିଳିଲା ଓଡିଏଫ++ ମାନ୍ୟତା
ଭୁବନେଶ୍ୱର: ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ ଶ୍ରେଣୀରେ ଭୁବନେଶ୍ୱରକୁ ଓଡିଏଫ++ ମାନ୍ୟତା ମିଳିଛି । ସ୍ୱଚ୍ଛ ସର୍ବେକ୍ଷଣ ଆରମ୍ଭ ହୋଇଯାଇଥିବା ବେଳେ ଓଡିଏଫ++ ମାନ୍ୟତା ଥିବା ଭୁବନେଶ୍ୱରକୁ ଓଡିଏଫ++ ମାନ୍ୟତା ମିଳିବା ଭୁବନେଶ୍ୱରକୁ ଭଲ ର୍ୟାଙ୍କ ମିଳିବାରେ ସହାୟକ ବୋଲି କୁହାଯାଉଛି । କୁ୍ୟସିଆଇ ପକ୍ଷରୁ ଡିସେମ୍ବର ୧୦ ଓ ୧୧ ରେ ହୋଇଥିବା ସର୍ଭେ ଅନୁଯାୟୀ ଭୁବନେଶ୍ୱରକୁ ଏହି ର୍ୟାଙ୍କ ମିଳିଛି । ଭାରତ ସରକାରଙ୍କ ଓଡିଏଫ++ ର ନିୟମାବଳୀ ଅନୁସାରେ ସର୍ବସାଧାରଣରେ ଶୌଚାଳୟ ସେବା ମିଳୁଥିବା ଦରକାର, ସହର ବାହ୍ୟ ମଳତ୍ୟାଗ ମୁକ୍ତ ହୋଇଥିବ, ବିଜ୍ଞାନ ସମ୍ମତ ମଳ ପରିଚାଳନା ହେଉଥିବ, ବ୍ୟକ୍ତିଗତ ଘରୋଇ ପାଇଖାନାର ବ୍ୟବହାର ଥିବ, ବ୍ୟକ୍ତିଗତ ପାଇଖାନାଗୁଡ଼ିକ ସ୍ୱରେଜ ଲାଇନ ସହ ସଂଯୋଗ ଏବଂ ପ୍ରତ୍ୟେକ ଘରୋଇ ପାଇଖାନାର ଦୁଇଟି ସେଫଟିକ ଟାଙ୍କି ରହିଥିବ, ସେଫଟିକ ଟାଙ୍କି ନିୟମିତ ସଫା ହେଉଥିବ ଏବଂ ଏହି ସଂକ୍ରାନ୍ତୀୟ ସେବା ଲୋକଙ୍କୁ ନିୟମିତ ମିଳୁଥିବ, ମଳ ପରିଚାଳନା ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥା ସହିତ ନିବନ୍ଧିତ ହୋଇଥିବ, ମଳ ପରିଚାଳନା ଉଲ୍ଲଂଘନ କରିଥିବା ସଂସ୍ଥାକୁ ଜରିମାନା କରାଯାଉଥିବା ଇତ୍ୟାଦି ପଦକ୍ଷେପ ନିଆଯାଉଥିବା ଏହି ସବୁ କାମ ଭୁବନେଶ୍ୱରରେ ହେଉଥିବା ଏବଂ ବିଏମସି କରୁଥିବାରୁ ଭୁବନେଶ୍ୱରକୁ ଓଡିଏଫ++ ମାନ୍ୟତା ମିଳିଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।