ଭୂମିକମ୍ପ ଜୋନରେ ଓଡ଼ିଶା
ଭୂମିକମ୍ପ ଜୋନରେ ଓଡ଼ିଶା
ଭୂବନେଶ୍ୱର : କିଛିିଦିନ ତଳେ ତୁର୍କୀ ଓ ସିରିଆରେ ପ୍ରକୃତିର ତାଣ୍ଡବ ଦେଖାଦେବା ପରେ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଭୂମିକମ୍ପ ଅନ୍ୟ ଦେଶ ମାନଙ୍କ ପାଇଁ ବଡ଼ ବିପଦ ଆଣିପାରେ । ଏହି ବିପଦରୁ ବାଦ୍ ପଡ଼ିନି ଭାରତ । ଦିଲ୍ଲୀରୁ ହିମାଳୟ ଓ ଉତରାଖଣ୍ଡ ,ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଆସାମ, ଗୁଜୁରାଟ , ଭୂକମ୍ପ ୫ଟି ଜୋନ୍ ରହିଛି । ଏହି ଜୋନ୍ ଗୁଡ଼ିକ ଅଧିକ ବିପଦପୂର୍ଣ୍ଣ । ଯଦି ଦେଶରେ ଭୂମିକମ୍ପ ହୁଏ ତେବେ ହିମାଳୟ,ଆଣ୍ଡାମାନ ନିକୋବର କେନ୍ଦ୍ରସ୍ଥଳ ବୋଲି ଗବେଷକ ମାନେ ମତ ଦେଇଛନ୍ତି । ବିପଦପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରିକ୍ଟର ସେଲର ତୀବ୍ରତା ୬.୦ ରୁ ୮.୦ କୁ ଛୁଇଁପାରେ ।
ଭୂମିକମ୍ପ ଗତ କିଛିବର୍ଷ ହେବ ଓଡ଼ିଶା ମଧ୍ୟମ ଜୋନରେ ପାଦ ଦେଇଥିଲେ ମଧ୍ୟ ବିଶେଷ କିଛି କ୍ଷୟକ୍ଷତି କରିପାରିନି । ଗତବର୍ଷ ଡ଼ିସେମ୍ବରରେ ଗଜପତି ଜିଲ୍ଲାରେ ରିକ୍ଟର ସେଲର ତୀବ୍ରତା ୩.୪ ରହିଥିଲା । ବିଗତ ବର୍ଷ ୨୦୧୪ ମେ ୨୧ରେ ତୀବ୍ରତା ୫.୮ ଥିଲା । ୧୯୦୦ ମସିହା ପରେ ମାତ୍ର ୪ଟି ଭୂକମ୍ପର ତୀବ୍ରତା ୫ ଉପରେ ରହିଥିଲା । ସେହିପରି ୪୨ଟି ୫ରୁ୪ ତୀବ୍ରତା ମଧ୍ୟରେ ଥିଲା । ୨୨ଟି ୪ରୁ୩ ମଧ୍ୟରେ ଥିଲା । ପୁରୀ ଠାରୁ ଯାଜପୁର ପର୍ଯ୍ୟନ୍ତ ଭୂତଳରେ ଫାଟ ସୃଷ୍ଟି ଯୋଗୁଁ ସ୍କେଲର ୬ ତୀବ୍ରତାର ଭୂକମ୍ପ ଆସିବାର ଆଶଙ୍କା ରହିଛି । ୫ରୁ ୫.୯ ରିକ୍ଟର ସ୍କେଲ ଭାରି ସାମଗ୍ରୀ ଦୋହଲି ଯିବ ।
ପୂର୍ବରୁ ଓଡ଼ିଶା ବିପଦମୁକ୍ତ ରହିଥିଲା କିନ୍ତୁ ଉଚ୍ଚଅଟାଳିକା ଗଢି ଉଠିବା ଫଳରେ ମାଟିତଳେ ଟେକ୍ଟୋନିକ ପ୍ଲେଟରେ ଫାଟ ସୃଷ୍ଟି ହୋଇଛି । ମାଟିତଳେ ଏକାଧିକ ପ୍ଲେଟ ଭାସମାନ ଅବସ୍ଥାରେ ରହି ପୃଥିବୀର ଭାରକୁ ସମ୍ଭାଳିଛି । ଯେଉଁ ସମୟରେ ଏହି ପ୍ଲେଟ ପରସ୍ପର ଘର୍ଷଣ ହୋଇ ଭୂମିକମ୍ପ ସ୍ଥିତି ଉପôନ୍ନ ହୋଇଥାଏ । ଯେତେ ଅଧିକ ଘର୍ଷଣ ସୃଷ୍ଟି ହେବ, ସେତେ ଭୂକମ୍ପ ଶକ୍ତିଶାଳୀ ହେବ । ବୈଜ୍ଞାନିକ ମାନେ ଏକ କିମ୍ବା ଦୁଇ ଦଶନ୍ଧି ଭିତରେ ଯେ କୈାଣସି ସମୟରେ ଭୂମିକମ୍ପ ଅନୁଭୂତ ହୋଇପାରେ ବୋଲି ମତ ରଖିଛନ୍ତି ।




admin 