ରିଲିଜ ହେଲା 'ସେଲଫି'ର ଟିଜର

ରିଲିଜ ହେଲା 'ସେଲଫି'ର ଟିଜର

ରିଲିଜ ହେଲା 'ସେଲଫି'ର ଟିଜର

ମୁମ୍ବାଇ: ଅକ୍ଷୟ କୁମାର ଏବଂ ଇମ୍ରାନ ହାଶମୀଙ୍କ ବହୁ ପ୍ରତୀକ୍ଷିତ ଚଳଚିତ୍ର ‘ସେଲଫି' ମୁକ୍ତିଲାଭ ମୁକ୍ତିଲାଭ କରିବାକୁ ଯାଉଛି । ନିର୍ମାତାମାନେ ଏହି ଚଳଚିତ୍ରର ଏକ ନୂଆ ମଜାଦାର ଟିଜର ରିଲିଜ୍‌ କରିଛନ୍ତି । ଏହି ଚଳଚିତ୍ରରେ ଅକ୍ଷୟ କୁମାର ଜଣେ ସୁପରଷ୍ଟାର ଭୂମିକାରେ ଅଛନ୍ତି । ଯେତେବେଳେ କି ଇମ୍ରାନ୍‌ ହାଶମି ଜଣେ ଆରଟିଓ ଅଧିକାରୀଙ୍କ ଭୂମିକାରେ ଅଛନ୍ତି।

ସେଲଫି ଫିଲ୍ମର ଏହି ନୂଆ ଟିଜରରେ ମଧ୍ୟ ସମାନ ପ୍ରଦର୍ଶନ କରାଯାଇଛି ଯାହା ଆଜିକାଲି ବଲିଉଡରେ ବହୁତ ଦେଖାଯାଉଛି । ଏହି ଚଳଚିତ୍ରରେ ବଲିଉଡ ତାରକାଙ୍କ ଉପରେ ନିଷେଧାଦେଶ ଏବଂ ବଏକଟ ଭଳି ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏହି ଟ୍ରେଲରକୁ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ‘ଯେଉଁମାନେ ଯନ୍ତ୍ରଣା ଭୋଗୁଛନ୍ତି ସେମାନେ କହୁଛନ୍ତି, ଭୁଲନ୍ତୁ ନାହିଁ ।’ ତେବେ ଫେବୃଆରୀ ୨୪ତାରିଖରେ ସିନେମା ଘରେ ରିଲିଜ ହେବ ଅକ୍ଷୟ କୁମାର ଓ ଇମରାନ ହାଶମିଙ୍କ ଅଭିନୀତ ‘ସେଲଫି’ ।

ଏହା ପୂର୍ବରୁ ରିଲିଜ ହୋଇଛି ଟିଜର । ସେଲଫିର ଟିଜର ବେଶ ଦମଦାର ହୋଇଛି, ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ମଧ୍ୟ ଆସିଛି । କିନ୍ତୁ  ଅପେକ୍ଷା ରହିଲା ଫିଲ୍ମଟି କେତେ ମାତ୍ରାରେ ଦର୍ଶକଙ୍କୁ ଆକର୍ଷିତ କରିପାରୁଛି । କାରଣ କିଛି ଦିନ ହେଲା ଅକ୍ଷୟଙ୍କ ସମସ୍ତ ଫିଲ୍ମ ଫ୍ଲପ ହେବାରେ ଲାଗିଛି । ଅକ୍ଷୟ ଏ ମୁଭିରେ ଜି-ଜାନ ଲଗାଇ ଦେଇଛନ୍ତି । ତାଙ୍କର ଦମଦାର ଅଭିନୟ ଫିଲ୍ମକୁ ସୁପରହିଟ କରିବାର ଆଶା ।