୨୬ରେ ସୂର୍ଯ୍ୟପରାଗ

୨୬ରେ ସୂର୍ଯ୍ୟପରାଗ

୨୬ରେ ସୂର୍ଯ୍ୟପରାଗ
ଆସନ୍ତା ୨୬(ଗୁରୁବାର) ସୂର୍ଯ୍ୟପରାଗ ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ୨୫ ତାରିଖ(ବୁଧବାର) ବଡଦିନ ପର୍ବ ଓ ଏହାର ପରଦିନ ଅର୍ଥାତ ୨୬ରେ ସୂର୍ଯ୍ୟପରାଗ ଯୋଗୁଁ ସ୍କୁଲ ମଧ୍ୟ ବନ୍ଦ ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏହି ବିରଳ ମହାଜାଗତିକ ଘଟଣା ସମଗ୍ର ଓଡିଶାକୁ ଆଂଶିକ ଭାବରେ ଦେଖାଯିବ। ଏହି ପରାଗ ଓଡ଼ିଶାରେ ସକାଳ ୮ଟା ୨୦ରେ ଆରମ୍ଭ ହୋଇ ଦିନ ୧୧.୨୮ମିନିଟ୍ ସମୟରେ ଶେଷ ହେବ। ଓଡ଼ିଶାରେ ସର୍ବାଧିକ ପରାଗ ସକାଳ ୯.୪୬ମିନିଟ୍ ସମୟରେ ଦେଖାଯିବ।