ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରାଯାଇଛି: ନୀବନ ଦାସ

ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରାଯାଇଛି: ନୀବନ ଦାସ

ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରାଯାଇଛି: ନୀବନ ଦାସ

ଭୁବନେଶ୍ବର: ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରାଯାଇଛି। ଏପରି କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭୟ’ ଖବରକାଗଜର ସଂପାଦକ ନବୀନ ଦାସ। ‘ନିର୍ଭୟ’ ଚ୍ୟାନେଲ୍‌ର ‘ଗୁମର କଥା’ରେ ଏପରି କହିଛନ୍ତି ଶ୍ରୀ ଦାସ। ସେ କହିଛନ୍ତି ତାଙ୍କର ସାଙ୍ଗମାନେ ମୋ ପୁଅ ମନୀଷ ଅନୁରାଗ ଦାସଙ୍କୁ ଡାକି ନେଇଥିଲେ। ରବିବାର ଭୋର୍‌ ୪ଟା ୧୧ରେ ତାଙ୍କର ଶେଷ ଫୋନ୍‌ ଆସିଥିଲା। ସେଥିରେ ତାଙ୍କୁ ମାରପିଟ୍‌ କରାଯାଇଥିବା ସେ ଫୋନ୍‌ରେ କହିଥିଲେ। ଏହା ପରଠାରୁ ତାଙ୍କ ଫୋନ୍‌ ସୁଇଚ ଅଫ୍‌ ହୋଇଯାଇଥିଲା।  ପରେ ମନୀଷଙ୍କ ମୃତଦେହ ରବିବାର ଅପରାହ୍‌ଣରେ ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ାର ଏକ ପୋଖରୀରେ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଅନ୍ୟପକ୍ଷରେ ପୁଲିସ ଏହି ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ପାତ୍ରପଡ଼ାରେ ଥିବା ଏକ ହୋଟେଲ୍‌ ‘ହୋଟେଲ୍‌ ସାଉଥ୍‌ ସିଟି’ରେ ପୁଲିସ ଛାନ୍‌ଭିନ୍‌ କରିଛି। ଏହି ହୋଟେଲ୍‌କୁ ସିଲ୍‌ କରାଯିବା ସହିତ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି। ଖୁବ୍‌ଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ଶ୍ରୀ ଦାସ କହିଛନ୍ତି କମିସନରେଟ୍‌ ପୁଲିସ ଉପରେ ତାଙ୍କର ବିଶ୍ବାସ ରହିଛି। ତାଙ୍କୁ ନ୍ୟାୟ ମିଳିବ। ମନୀଷଙ୍କର ନିକଟରେ ନିର୍ବନ୍ଧ ହୋଇଥିଲା। ଆସନ୍ତା ମାସରେ ତାଙ୍କର ବିବାହ ହେବାର ଥିଲା ବୋଲି ଶ୍ରୀ ଦାସ କହିଛନ୍ତି।