ମଧ୍ୟାହ୍ନ ଭୋଜନ ଖାଇ ୫୦ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୫୦ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୫୦ ଅସୁସ୍ଥ
ବୌଦ୍ଧ: ପୁଣି ଥରେ ମଧ୍ୟାହ୍ନ ଭୋଜନ ଖାଇ ପିଲା ଅସୁସ୍ଥ ହୋଇଛନ୍ତି । କଂଟାମାଳ ବ୍ଲକ ଲୋକାପଡା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀଙ୍କ ପ୍ରବଳ ବାନ୍ତି ହୋଇଥିଲା । ପିଲାଙ୍କୁ ବାନ୍ତି ହେବା ମାତ୍ରେ ତୁରନ୍ତ ସମସ୍ତ ଅସୁସ୍ଥଙ୍କୁ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।