ମନ୍ତ୍ରୀଙ୍କ ସହ ଥିବା ୨ ମହିଳା କିଏ: ପ୍ରଦୀପ୍ତ

ମନ୍ତ୍ରୀଙ୍କ ସହ ଥିବା ୨ ମହିଳା କିଏ: ପ୍ରଦୀପ୍ତ

ମନ୍ତ୍ରୀଙ୍କ ସହ ଥିବା ୨ ମହିଳା କିଏ: ପ୍ରଦୀପ୍ତ
ଭୁବନେଶ୍ୱର: ଗୁରୁବାର ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ ବିଧାନସଭାରେ ଉଠିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଛନ୍ତି । ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିବା ୨ ଜଣ ମହିଳା କିଏ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଥିଲେ । ସମ୍ପୃକ୍ତ ମହିଳାମାନେ ସରକାରୀ ଅର୍ଥରେ ଯାଇଥିଲେ କି ନାହିଁ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଥିଲେ । ଏନେଇ ତୁରନ୍ତ ବାଚସ୍ପତି ରୁଲିଂ ଦେବା ସହ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ପ୍ରକାଶ ଯେ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାମରେ ଆସିଛି ଏକ ସଂଗୀନ ଅଭିଯୋଗ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ସତ୍ୟ ନାୟକ । ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ରୋଡ ସୋ’ ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସରକାରୀ ଅର୍ଥରେ ହାଇଦ୍ରାବାଦ ଯାଇଥିଲେ । ତେବେ ମନ୍ତ୍ରୀ ସାଥିରେ ୨ ଜଣ ମହିଳାଙ୍କୁ ନେଇଥିଲେ । ସମ୍ପୃକ୍ତ ୨ ଜଣ ମହିଳାଙ୍କ ବିମାନ ଓ ହୋଟେଲ ବାବଦକୁ ଖର୍ଚ୍ଚ ମନ୍ତ୍ରୀ ଶ୍ରୀ ସାହୁ ସରକାରୀ ଅର୍ଥରେ ଖର୍ଚ୍ଚ କରିଛନ୍ତି । ମନ୍ତ୍ରୀଙ୍କ ସହ ଯାଇଥିବା ସେହି ୨ ମହିଳା କିଏ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବନ୍ଧୁଙ୍କ ପାଇଁ କିଭଳି ସରକାରୀ ଅର୍ଥ ଖର୍ଚ୍ଚ କଲେ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି । ତେବେ ସତ୍ୟପ୍ରକାଶଙ୍କ ଏଭଳି ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଖଣ୍ଡନ କରିବା ସହ ଏହାକୁ ମିଛ ବୋଲି କହିଥିଲେ ।