ମହାମାରୀରୁ ମୁକ୍ତି ପାଇଁ କରନ୍ତୁ ଏହି ଦେବୀଙ୍କ ପୂଜା
ମହାମାରୀରୁ ମୁକ୍ତି ପାଇଁ କରନ୍ତୁ ଏହି ଦେବୀଙ୍କ ପୂଜା
admin
May 12, 2021 - 07:04
Updated: May 12, 2021 - 07:04
ପ୍ରକୃତିର ନିୟମ ଆଗେ ସବୁକିଛି ଫେଲ ମାରିଥାଏ, କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ ଆଉ କେତେବେଳେ ଭୟଙ୍କର ମହାମାରୀ । ଏସବୁକୁ ରୋକିବାକୁ ମଣିଷ ପାଲଟି ଯାଏ ଅସହାୟ । ନିଜକୁ ବଞ୍ଚାଇବା ଲାଗି ସେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥିବାବେଳେ ଈଶ୍ୱର ଏଥିରୁ ବଞ୍ଚାଇବେ ବୋଲି ସାଧାରଣତଃ ବିଶ୍ୱାସ ରହିଥାଏ । ବିଶ୍ୱରେ ଅନେକ ସମୟରେ ଦେଖାଦେଇଥିବା ମହାମାରୀରୁ ଭାରତ ମଧ୍ୟ ବର୍ତ୍ତିପାରିନି । ଭାରତର ପ୍ରଥମ ମହାମାରୀ ଆଣ୍ଟେନାଇନ ପ୍ଲେଗ ହେଉ କିମ୍ବା ଦକ୍ଷିଣ ଏସିଆର ମହାମାରୀ । ଏସବୁ ଲାଗି ଦକ୍ଷିଣ ଏସିଆ ପ୍ରଥମ ‘ମହାମାରୀ’ ଦେବୀ ଭାବେ ‘ହାରିତ’ଙ୍କୁ ପୂଜାର୍ଚ୍ଚନା କରୁଥିଲେ । କିମ୍ବଦନ୍ତୀ ମୁତାବକ ଦେବୀ ହାରିତ ଏବଂ ତାଙ୍କର ସନ୍ତାନ ନିଷ୍ଠୁର ଭାବେ ନବଜାତ ଶିଶୁଙ୍କୁ ଚୋରାଇ ନେଇ ମାରି ଖାଉଥିଲେ । କିନ୍ତୁ ଭଗବାନ ବୁଦ୍ଧ ତାଙ୍କୁ ଜଣେ ମୁଖ୍ୟ ରକ୍ଷକ ଭାବେ ବଦଳାଇ ଦେଇଥିଲେ । ଏହାପରେ ସ୍ୱାସ୍ଥ୍ୟବାନ ପିଲାଜନ୍ମ ପାଇଁ ସେ ଆଶୀର୍ବାଦ ପ୍ରଦାନ କରିଥିଲେ । ବସନ୍ତ ରୋଗର ପ୍ରତିକାର ପାଇଁ ମଧ୍ୟ ଲୋକେ ତାଙ୍କୁ ପୁଜୁଥିଲେ । ଚୀନର ଅନେକ ସ୍ଥାନରେ ଦେବୀ ‘ହାରିତ’ଙ୍କ ମୂର୍ତ୍ତି ଦେଖିବାକୁ ମିଳିଥାଏ । ହୁଏନ-ସାଂଙ୍କ ଦ୍ୱାରା ହାରିତଙ୍କ ପାଇଁ ଏକ ସ୍ତୂପ ପେଶାୱାରର ଗାନ୍ଧାରରେ ନିର୍ମାଣ କରାଯାଇଥିଲା । ଭାରତରେ ହାରିତଙ୍କୁ ‘ଆମ୍ମା’ ଭାବେ ପୂଜା କରାଯାଉଥିଲା । ଭାରତରେ ଜ୍ୱର ରୋଗର ପ୍ରତିକାର ପାଇଁ ଅନେକ ଦେବୀ ଦେବତାଙ୍କୁ ପୂଜା କରାଯାଉଥିଲା । ଏମାନଙ୍କ ମଧ୍ୟରେ ପର୍ଣ୍ଣାସବରୀ ଓ ଶୀତଳା ଦେବୀ ଅନ୍ୟତମ । ପର୍ଣ୍ଣାସବରୀ ହେଉଛନ୍ତି ଜଣେ ବୌଦ୍ଧ ତାନ୍ତ୍ରିକ ବା ବଜ୍ରାୟନ ଦେବତା । ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଭଳି ପୂର୍ବ ଭାରତରେ ଶୀତଳା ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଭାରତରେ ଜଣେ ‘ଜ୍ୱର’ ଦେବୀ ଭାବେ ଶୀତଳାଙ୍କୁ ଲୋକେ ପୂଜା କରିଥାନ୍ତି । ଶୀତଳା ସମସ୍ତ ଭାରତୀୟ ମହାମାରୀ ଦେବଦେବିଙ୍କ ପ୍ରାଥମିକ ବିଶେଷତ୍ୱର ପ୍ରତୀକ ଅଟନ୍ତି । ଥଣ୍ଡା ଓ ଜ୍ୱର ରୋଗର ପ୍ରତିକାର ଲାଗି ତାଙ୍କୁ ପୂଜା କରାଯାଏ । ଶୀତଳା ଦେବୀଙ୍କର କିଛି ମୂର୍ତ୍ତି ବି ଦେଖିବାକୁ ମିଳେ, ଯେଉଁଥିରେ ସେ ନିଜେ ବାହନ ଗଧ ପିଠିରେ ବସିଥିବା ଦେଖିବାକୁ ମିଳିଥାଏ । ତାଙ୍କ ହାତରେ ଥାଏ ଏକ ଝାଡୁ, ସେହି ଝାଡୁରେ ସେ ଲୋକଙ୍କ ଜ୍ୱର ଝାଡିଦେଉଥିବା ବିଶ୍ୱାସ କରାଯାଏ । ବସନ୍ତ ରୋଗକୁ ସେ ଭଲ କରିଦେଇଥାନ୍ତି । ଶୀତଳା ଦେବୀ ରୋଗୀ ଶରୀରରେ ପ୍ରବେଶ କରୁଥିବା ମଧ୍ୟ ଲୋକକଥା ରହିଛି । ରୋଗୀ ଦେହରେ ପ୍ରବେଶ ପରେ ସେ ଥରିବାକୁ ଲାଗିଥାନ୍ତି । ପ୍ରବଳ ଜ୍ୱର ଆସିଥାଏ । ଏହାପରେ ରୋଗୀଙ୍କ ଶରୀରରେ ଶୀଳତା ଦେବୀ ପ୍ରବେଶ କରିଛନ୍ତି ବୋଲି କୁହାଯାଏ । ଏହାପରେ ଲୋକମାନେ ଭଜନ କୀର୍ତ୍ତନ କରିଥାନ୍ତି ଏବଂ ତାଙ୍କର ପୂଜାର୍ଚ୍ଚନା କରାଯାଏ । ଏହାପରେ ରୋଗୀ ଜଣକ ଜ୍ୱରରୁ ତ୍ରାହି ପାଇଥାନ୍ତି ।