ମାଲିକ ଜୀବନ ବଞ୍ଚାଇଲା କୁକୁର

ମାଲିକ ଜୀବନ ବଞ୍ଚାଇଲା କୁକୁର

ମାଲିକ ଜୀବନ ବଞ୍ଚାଇଲା କୁକୁର
ଜୟପୁର : କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ବୋଲି ଶୁଣିଥିବେ। ଏହାସହ ପୋଷା ଭାବେ ଘରେ ରହୁଥିବା କୁକୁର ମାଲିକର ସମସ୍ତ କଥା ମାନିବା ମଧ୍ୟ ଦେଖିଥିବେ। ମାତ୍ର ନିଜ ଜୀବନକୁ ବିପଦରେ ପକାଇ ସର୍ପ ସହ ଲଢେଇ କରି ନିଜ ମାଲିକ ଓ ତା’ର ପରିବାର ଲୋକଙ୍କୁ ବଞ୍ଚାଇଛି। ଏଭଳି ଏକ ଘଟଣା ଜୟପୁରରେ ଘଟିଛି। ଜୟପୁର ରିଙ୍ଗରୋଡ଼ରେ ଥିବା ନରେନ୍ଦ୍ର ନାରାୟଣ ତ୍ରିପାଠୀଙ୍କ ଘରେ ରବିବାର ରାତିରେ ଏକ ନାଗ ସର୍ପ ପଶିବାକୁ ଉଦ୍ୟମ କରୁଥିବା ସମୟରେ ତାଙ୍କ ପୋଷା କୁକୁର ଡ଼ଗି ସାପ ସହ ଦୀର୍ଘ ୩୦ ମିନିଟ ଲଢେଇ କରିଥିଲା। ସାପ ଓ କୁକୁରର ଲଢେଇ ମଧ୍ୟରେ ଡ଼ଗି ସାପଟିକୁ ଦୁଇ ଖଣ୍ଡ କରି ଦେଲା। ନରେନ୍ଦଙ୍କ ଘରେ ୧୨ ଜଣ ସଦସ୍ୟ ରହୁଥିବାରୁ ସେମାନଙ୍କ ଜୀବନ ବଞ୍ଚାଇ କୁକୁରର ଏଭଳି ମହାନ କାର୍ୟ୍ୟ ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି।