କ୍ରୋଧ ଦୂର କରିବାର ନୂଆ ଉପାୟ

କ୍ରୋଧ ଦୂର କରିବାର ନୂଆ ଉପାୟ

କ୍ରୋଧ ଦୂର କରିବାର ନୂଆ ଉପାୟ
ସ୍ମାର୍ଟ ଯୁଗରେ ଆମ ଭାରତୀୟ ଲୋକ ମଧ୍ୟ ଅତ୍ୟାଧୁନିକ ପଦକ୍ଷେପ ନେଉଥିବାର ଦେଖାଯାଉଛି । ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଲା ଇନେ୍ଦାର ସହରରେ ନୂଆ କରି ଖୋଲିଥିବା ‘ଭଡ଼ାସ କେଫେ’ । କେଫେକୁ ପ୍ରବେଶ କରିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ଦେୟ ଭରଣା କରିବାକୁ ପଡ଼ିବ । ପରେ ଭିତରକୁ ଯାଇ ଏକ ସ୍ୱତନ୍ତ୍ର କକ୍ଷ ଗ୍ରାହକଙ୍କୁ ମିଳିଥାଏ । ସେହି କକ୍ଷରେ ଆପଣ ନିଜ ଇଚ୍ଛାରେ ଜୋରରେ ଚିକ୍ରାର କରିପାରିବେ, କାନ୍ଦିପାରିବେ କାହାକୁ ମନ ଭଳି ଗାଳି କରିପାରିବେ । କେଫେ ମାଲିକଙ୍କ କହିବାନୁସାରେ କ୍ରୋଧ ଦୂରକରିବା ନିମନ୍ତେ ଏହା ଏକ ସୁନ୍ଦର ତଥା ସରଳ ଉପାୟ । ସେହି କକ୍ଷରେ ଯଦି କିଛି ଜିନିଷ ଅଛି ମନ ଶାନ୍ତି କରିବାକୁ ତାହା ମଧ୍ୟ ଭାଙ୍ଗିପାରିବେ । ଏସବୁ ଭିତରେ ବ୍ୟକ୍ତିଙ୍କୁ କ୍ଷତି ଯେପରି ନ ପହଞ୍ଚେ ସେଥିପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । କେଫେ ମାଲିକ କହିଛନ୍ତି, କକ୍ଷ ଭିତରେ ଯେପରି କେହି ଆତ୍ମହତ୍ୟା କରିବାକୁ ଚେଷ୍ଟାନକରନ୍ତି, ସେ ସବୁ ପ୍ରତି ମଧ୍ୟ ଭଲ ଭାବେ ଧ୍ୟାନ ଦିଆଯାଇଛି । ସ୍ଥାନୀୟ ଲୋକ କିନ୍ତୁ ଏଇ କେଫେ ଯଥାଶୀଘ୍ର ବନ୍ଦ ହେବା ଉଚିତ ବୋଲି ଯୁକ୍ତି ବାଢ଼ିଛନ୍ତି ।