ପନିପରିବାକୁ କରୋନା ମୁକ୍ତ କରିବ ଟର୍ଚ୍ଚ

ପନିପରିବାକୁ କରୋନା ମୁକ୍ତ କରିବ ଟର୍ଚ୍ଚ

ପନିପରିବାକୁ କରୋନା ମୁକ୍ତ କରିବ ଟର୍ଚ୍ଚ
କରୋନା ଭୂତାଣୁ କେତେବେଳେ, କେମିତି ଓ କାହା ଦ୍ୱାରା ଘରକୁ ଆସିଥିବ ସେଥିନେଇ ଲୋକେ ଆତଙ୍କ ମଧ୍ୟରେ ଅଛନ୍ତି । ଫଳ, ପନିପରିବା, ପ୍ୟାକେଟ କ୍ଷୀର ଓ ଅନ୍ୟାନ୍ୟ ପ୍ୟାକେଟ ସାମଗ୍ରୀ କ୍ରୟ କରି ଘରକୁ ଆଣିବା ପୂର୍ବରୁ ସତର୍କତାର ସହିତ ତାହାକୁ ଲୋକେ ଧୋଉଛନ୍ତି । ତଥାପି ତାହା କରୋନା ମୁକ୍ତ ହେଲା କି ନାହିଁ ସେଥିନେଇ ସନ୍ଦେହ ରହିଯାଉଛି । ଏହି ସମସ୍ୟାର ସମାଧାନ ଲାଗି କୋହ୍ଲାପୁର ସ୍ଥିତ ଶିବାଜୀ ବିଶ୍ୱ ବିଦ୍ୟାଳୟର ପକ୍ଷରୁ ଏକ ସ୍ୱତନ୍ତ୍ର ଟର୍ଚ୍ଚ ପ୍ରସ୍ତୁତ କରାଯାଇଛି । ଏହି ଟର୍ଚ୍ଚରୁ ନିସୃତ ଅତିବାଇଗଣି ରଶ୍ମୀ ଫଳ, ପନିପରିବା ଓ ପୋଷକକୁ କରୋନା ମୁକ୍ତ କରିବ । ଏଥିରେ ସାଧାରଣ ଲୋକ ବ୍ୟବହାର କରିପାରିବା ଭଳି ପରିମାଣର ଅତିବାଇଗଣୀ ରଶ୍ମୀ ବ୍ୟବହାର କରାଯାଇଛି ଯାହାକି ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପ୍ରାପ୍ତ । ଏଣୁ ଏହା ସୁରକ୍ଷିତ । ଏହାକୁ ଖାଦ୍ୟ ଓ ପାନୀୟ ସମେତ ଲାପଟପ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ କରୋନା ଭୂତାଣୁମୁକ୍ତ କରିହେବ । କରୋନା ସମେତ ଅନ୍ୟ ଭୂତାଣୁ ଓ ଜୀବାଣୁ ମଧ୍ୟ ଏହି ରଶ୍ମିରେ ନଷ୍ଟ ହୋଇଯିବ । ଟର୍ଚ୍ଚଟିକୁ ସମ୍ପୂର୍ଣ୍ଣ ପରୀକ୍ଷା କରାଯାଇଚି । ଏହାର ଉତ୍ପାଦନ ଆରମ୍ଭ ହୋଇଯାଇଛି ବୋଲି ଶିବାଜୀ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଗିରଜପ୍ପା ସୋନକୱଡେ କହିଛନ୍ତି । ସମ୍ପ୍ରତି ୧ କେଜି ଏବଂ ୩୩ ୱାଟ ୧୨ କେଜିରେ ଉପଲବ୍ଧ । ୧୬ ୱାଟ ବିଶିଷ୍ଟ ମଡେଲର ମୂଲ୍ୟ ୪୫୦୦ ଟଙ୍କା ଏବଂ ୩୩ ୱାଟ ବିଶିଷ୍ଟ ଟର୍ଚ୍ଚ ୫୫୦୦ ଟଙ୍କାରେ ଉପଲବ୍ଧ ରହିଛି । ଆଗାମୀ ଦିନରେ ଏହାର ମୂଲ୍ୟ ୧୫ ରୁ ୨୦% ହ୍ରାସ କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।