ବିବାହିତା ପ୍ରେମିକାଙ୍କୁ ଦେଖା କରିବା ପଡିଲା ମହଙ୍ଗା : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ

ବିବାହିତା ପ୍ରେମିକାଙ୍କୁ ଦେଖା କରିବା ପଡିଲା ମହଙ୍ଗା : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ

ବିବାହିତା ପ୍ରେମିକାଙ୍କୁ ଦେଖା କରିବା ପଡିଲା ମହଙ୍ଗା : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ
ବିହାର : ବିହାରର ଗୋପାଳଗଞ୍ଜରେ ଜଣେ ଯୁବକଙ୍କୁ ନିଜ ପ୍ରେମିକାକୁ ସାକ୍ଷାତ କରିବା ବେଶ୍‌ ମହଙ୍ଗା ପଡିଛି । ଯୁବକ ଜଣକ ବିବାହିତା ପ୍ରେମିକାକୁ ସହ ଯୁବତୀଙ୍କ ବେଡରୁମ୍‌ରୁ ଧରାପଡିବା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା । ଯୁବକ ଜଣକୁ ଘୋଷାରି ଘୋଷାରି ସଡକ ଉପରେଆଣିବା ସହିତ ଏପରି ମାଡ ହୋଇଥିଲା ଯେ, ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୋପାଳଗଞ୍ଜର ମୁର୍ଗିଆ ଗ୍ରାମରେ ରାତ୍ରିର ଅନ୍ଧାରରେ ଜଣେ ଯୁବକ ବିବାହିତା ପ୍ରେମିକାକୁ ସାକ୍ଷାତ କରିବା ପାଇଁ ପ୍ରେମିକାଙ୍କ ଶାଶୁଘରେ ପହଞ୍ଚିଥିଲେ । ମହିଳାଙ୍କ ଶାଶୁଘର ଲୋକଙ୍କୁ ଏହାର ଆଭାସ ମିଳିବା ପରେ ମହିଳାଙ୍କ ବେଡରୁମ୍‌ରୁ ପ୍ରେମିକଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହା ପରେ ମହିଳାଙ୍କ ଶାଶୁଘର ଲୋକେ ତାଙ୍କୁ ଘୋଷାଡି ଘୋଷାଡି ଘରୁ ଆଣି ନିବସ୍ତ୍ର କରି ପ୍ରବଳ ମାଡ ମାରିଥିଲେ । ଘଟଣାଟି ପ୍ରଘଟ ହେବା ପରେ ଲୋକେ ଏକାଠି ହୋଇଯାଇଥିଲେ । ଏହାପରେ ଯୁବକଙ୍କ ଉପରେ ଭିଡ ଆକ୍ରମଣ ହୋଇଥିଲା । ମିଳିଥିବା ଅଭିଯୋଗ ଅନୁସାରେ ଯୁବକଙ୍କ ପାଦରେ ରସି ବାନ୍ଧି କେତେ କିଲୋମିଟର ପର୍ୟ୍ୟନ୍ତ ଘୋଷାଡା ଯାଇଥିଲା । ତେବେ ଗ୍ରାମର କିଛି ବରିଷ୍ଠଲୋକଙ୍କ ବୁଝାଇବାପରେ ଯୁବକଙ୍କୁ ଛଡା ଯାଇଥିଲା । ତେବେ ଏହି ମାମଲାର ଭିଡିଓ ଭାଇଣାଲ୍‌ ହୋଇଥିଲା । ଏହାପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଜୀବନ ବଞ୍ଚାଇବା ସହିତ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ । ମିଳିଥିବା ସୂଚନା ଅନୁସାରେ ଯୁବକଜଣକ ସାକ୍ଷାତ କରିଥିବା ବିବାହିତ ମହିଳା ଜଣକ ଚାରିଛୁଆଙ୍କ ମା’ ଅଟନ୍ତି । ତେବେ ଏହି ଘଟଣାରେ ପୋଲିସ୍‌ ତରଫରୁ କିଛି ସୂଚନା ମିଳିପାରିନାହିଁ ।