୪୦ ଫୁଟ ଗଭୀର କୂଅରୁ ମାଆ, ପୁଅ ଉଦ୍ଧାର

୪୦ ଫୁଟ ଗଭୀର କୂଅରୁ ମାଆ, ପୁଅ ଉଦ୍ଧାର

୪୦ ଫୁଟ ଗଭୀର କୂଅରୁ ମାଆ, ପୁଅ ଉଦ୍ଧାର
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ କୁମାରବେଗପଲ୍ଲୀ ଗ୍ରାମରେ ୪୦ ଫୁଟ ଗଭୀର କୂଅରେ ଫସି ଯାଇଥିବା ମାଆ ଓ ପୁଅଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି । ଅନ୍ନପୂର୍ଣ୍ଣା ଗୌଡ଼ (୭୫) ସକାଳେ ଘର ବାରିପଟେ ଥିବା କୁଅ ଚନ୍ଦିନୀ ଉପରେ ବସିଥିଲେ । ଏ ସମୟରେ ହଠାତ୍‍ ମୁଣ୍ଡ ମୁଲଶଇବାରୁ ସେ କୂଅ ଭିତରେ ଖସି ପଡ଼ିଥିଲେ । ବୃଦ୍ଧ ମାଆଙ୍କୁ ଉଦ୍ଧାର କରିବା ଲାଗି ପୁଅ ତିରୁପତି ୫୨ ନିଜ ଜୀବନକୁ ବାଜି ଲଗାଇ କୂଅକୁ ଡେଇଁ ପଡ଼ିଥିଲେ । ହେଲେ ଗଭୀର କୂଅରୁ ବାହାରି ଉପରକୁ ଆସିବା ଉଭୟଙ୍କ ପକ୍ଷେ ଆଉ ସମ୍ଭବ ନଥିଲା । ସଙ୍ଗେ ସଙ୍ଗେ ସୂଚନା ପାଇଁ ଛତ୍ରପୁର ଅଗ୍ନିଶମ ବାହିନୀ ପହଞ୍ଚିଥିଳେ । ୩୫ ମିନିଟ ଅକ୍ଲାନ୍ତ ପରିଶ୍ରମ ପରେ କର୍ମଚାରୀ ମାନେ ମାଆ ଓ ପୁଅଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି । ଛତ୍ରପୁର ଅଗ୍ନିଶମ ବାହିନୀର ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଓ ଲିଡିଂ ଫାୟାରମ୍ୟାନ ଅଭିରାମ ନାୟକଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।