ଦୁର୍ବଳ ହୋଇପାରେ ମୌସୁମୀ

ଦୁର୍ବଳ ହୋଇପାରେ ମୌସୁମୀ

ଦୁର୍ବଳ ହୋଇପାରେ ମୌସୁମୀ
ଭୁବନେଶ୍ୱର: ମୌସୁମୀ ଟ୍ରଫ ଏବେ ଜମସେଦପୁର ଲଘୁଚାପ କେନ୍ଦ୍ରସ୍ଥଳ, ପଶ୍ଚିମ ମଧ୍ୟପ୍ରଦେଶ ସଂଲଗ୍ନ ପୂର୍ବ ରାଜସ୍ଥାନ ହୋଇ ନାଗାଲାଣ୍ଡ ଆଡ଼କୁ ଗତି କରୁଛି । ରାଜ୍ୟରେ ମୌସୁମୀ ଟ୍ରଫ ଲାଇନ ଏବେ ନିଜ ସ୍ଥାନରେ ରହିଛି । କିନ୍ତୁ ଆଜି ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯିବାର ଆଙ୍କା ରହିଛି । ତେବେ ଭଲ ବର୍ଷା ହେଲେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇପାରିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି । ଅନ୍ୟପଟେ ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟରେ ଗତ ୩ ଦିନ ହେଲା ଶୁଖିଲା ଓ ଖରାଟିଆ ପାଗ ଲାଗି ରହିଛି ।