ମହାରଥୀଙ୍କ ଜାମିନ ମଞ୍ଜୁର

ମହାରଥୀଙ୍କ ଜାମିନ ମଞ୍ଜୁର

ମହାରଥୀଙ୍କ ଜାମିନ ମଞ୍ଜୁର
ଭୁବନେଶ୍ୱର: ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ମଞ୍ଜୁର କରାଯାଇଛି । ସର୍ତମୂଳକ ଜାମିନ ମଞ୍ଜୁର କଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ । ସାକ୍ଷୀ ମାନଙ୍କୁ ଧମକେଇବେନି, ପୋଲିସକୁ ସାହାର୍ଯ୍ୟ କରିବା ନେଇ ସର୍ତ ରଖାଯାଇଛି । ୫୦ ହଜାର ଲେଖାଏଁ ୨ ଜାମିନଦାରଙ୍କ ବଦଳରେ ଜାମିନ କରାଯାଇଛି । ପ୍ରକାଶ ଯେ, ଗତ ୨୧ ତାରିଖରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଙ୍ଗ ସ୍କ୍ୱାର୍ଡର ମାଜିଷ୍ଟ୍ରେଟ ରବୀନ୍ଦ୍ର ନାରାୟଣ ପାତ୍ର ଏବଂ ୨ ସହଯୋଗୀଙ୍କ ଉପରେ ପ୍ରଦୀପ ମହାରଥୀଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣରେ ରବୀନ୍ଦ୍ର ନାରାୟଣ ପାତ୍ର ଆହତ ହୋଇଥିଲେ । କଂଗ୍ରେସ ଓ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ପ୍ରଦୀପ ମହାରଥୀଙ୍କ ଗିରଫ ଦାବି କରିଥିଲେ । ତାଙ୍କ ବିରୋଧରେ ଲାଗିଥିବା ବିଭିନ୍ନ ଦଫା ମଧ୍ୟରେ ୩୦୭ ଦଫା ମଧ୍ୟ ରହିଥିଲା । ୩୦୭ ଦଫା ହେଉଛି ହତ୍ୟା ଉଦ୍ୟମ । ସେହିଭଳି ୩୩୩ ଦଫା ଅର୍ଥାତ ସରକାରୀ କର୍ମଚାରୀ ଦାୟିତ୍ୱ ସମ୍ପାଦନା କଲାବେଳେ ତାଙ୍କ ଉପରେ ଆକ୍ରମଣ । ଉଭୟ ଦଫା ହେଉଛି ଜାମିନ ବିହୀନ ଦଫା । ପ୍ରଦୀପ ମହାରଥୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନର ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ଏବଂ ଜନପ୍ରତିନିଧିଆ ଆଇନର ୧୭୨, ୧୭୪, ୧୮୬ , ୨୩, ୧୭୧(ବି) ଧାରାରେ ମାମଲା ରୁଜ୍ଜୁ ହୋଇଥିଲା ।