ମାଛର ସୌନ୍ଦର୍ଯ୍ୟ ପାଇଁ ପ୍ଲାସଟିକ ସର୍ଜରି!

ମାଛର ସୌନ୍ଦର୍ଯ୍ୟ ପାଇଁ ପ୍ଲାସଟିକ ସର୍ଜରି!

ମାଛର ସୌନ୍ଦର୍ଯ୍ୟ ପାଇଁ ପ୍ଲାସଟିକ ସର୍ଜରି!
ମାଛର ନାଁ ଶୁଣିଲେ ଆପଣ ଖାଇବା କଥା ଭାବୁଥିବେ । କିନ୍ତୁ ଆମେ ଆପଣଙ୍କୁ ଖାଇବା ମାଛ କଥା କହୁନାହୁଁ ଆମେ କହୁଥିବା ମାଛ ହେଲା ରୂପ ଦେବା କଥା ଏକ ମାଛକୁ ନିଖୁଣ ରୂପ ଦେବା ପାଇଁ ପ୍ଲାସଟିକ ସର୍ଜରି କରାଯାଇଛି । କଥାଟି ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ସିଙ୍ଗାପୁରରରେ ମାଛର ଆଖି, ପାଟି ଆଦରେ ପ୍ଲାସଟିକ ସର୍ଜରି ହେଉଛି । ମୁଖ୍ୟତଃ ଏରୋୱାନା ନାମକ ଆକ୍ୱାରିଆମ ମାଛର ପ୍ଲାସଟିକ ସର୍ଜରି ସେଠାରେ ଲୋକପ୍ରିୟ । ଏହାର ଲମ୍ବ ତିନି ଫୁଟ ପର୍ଯ୍ୟନ୍ତ ବଢ଼ିପାରେ; ଏବଂ ଦଶ ବର୍ଷରୁ ଅଧିକ କାଳ ବଂଚିପାରେ । ବିତଶାଳୀ ଚାଇନଜ ବ୍ୟବସାୟୀମାନେ ଏହାକୁ ଅତି ଶୁଭଙ୍କର ମନେକରନ୍ତି । ବ୍ୟବସାୟ ସଂପର୍କିତ କୌଣସି ଭୁଲ ନିଷ୍ପତି ନେବାକୁ ଯାଇଥିବା ବେଳେ ଏହି ମାଛ କୁଆଡେ ଚେତାବନୀ ଦେବା ପାଇଁ ଆକ୍ୱାରିଅମ ବାହାରକୁ ଲମ୍ଫ ପ୍ରଦାନ କରେ । ଏରୋୱାନର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ସତୁରି ହଜାର ଟଙ୍କା । ତେବେ, ପ୍ରାପ୍ତ ବୟସ୍କ ଏରୋୱାନାର ମୂଲ୍ୟ ବହୁତ ଅଧିକ । କିଛି ବର୍ଷ ତଳେ ଏକ ପ୍ରାପ୍ତ ବୟସ୍କ ଏରୋୱାନା ୨.୧କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଏହି ମାଛ ପାଳୁଥିବା ଲୋକେ, ଏହାର ସୌନ୍ଦର୍ଯ୍ୟ ଚଢ଼ାଇବା ପାଇଁ ପ୍ଲାସଟିକ ସର୍ଚ୍ଚରି କରାଉଛନ୍ତି । ଏ ବାବଦରେ ବେଶ କିଛି ଖର୍ଚ୍ଚ ମଧ୍ୟ କରୁଛନ୍ତି । ତେବେ ଏହା କରୁଥିବା ପେସାଦାରମାନେ କୌଣସି ଉଚ୍ଚ ଶିକ୍ଷା ପ୍ରପ୍ତା ବିଶେଷଜ୍ଞ ନୁହନ୍ତି । କେତେକଙ୍କ ପାଇଁ ଏହା କୌଳିକ ବୃତି । ଅନ୍ୟ କେତେକ ଏହା ଦେଖିଦେଖି ଶିଖୁଥିବା ପ୍ରକାଶ ପାଇଛି ।