ମାଣ୍ଡିଆ ଚାଷୀଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ମାଣ୍ଡିଆ ଚାଷୀଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ମାଣ୍ଡିଆ ଚାଷୀଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ


ଭୁବନେଶ୍ୱର : ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଂଜୀକରଣର ସମୟ ସୀମାକୁ ଜାନୁଆରୀ ୩୧, ୨୦୨୩ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଅବଧି ୩୧ ଡିସେମ୍ବର ୨୦୨୨ ପର୍ୟ୍ୟନ୍ତ ଧାର୍ୟ୍ୟ କରାଯାଇଥିଲା । ଅଧିକ ସଂଖ୍ୟକ ମାଣ୍ଡିଆ ଚାଷୀ ନୂତନ ଭାବେ ନିଜ ନାମ ପଂଜୀକରଣ ପାଇଁ ଆସୁଥିବା ଲକ୍ଷ୍ୟ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏମ୍‌-ପାସ୍‌ ଜରିଆରେ ଅନ୍‌ଲାଇନ୍‌ ଚାଷୀ ପଂଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି ।

ଏହା ଦ୍ୱାରା ଅଧିକସଂଖ୍ୟକ ନୂତନ ମାଣ୍ଡିଆ ଚାଷୀଙ୍କୁ ପଂଜୀକରଣର ସୁବିଧା ମିଳିବ । ପଂଜୀକୃତ ଚାଷୀମାନେ ସରକାରଙ୍କ ଦ୍ୱାରା ଧାର୍ୟ୍ୟ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ ମଣ୍ଡିରେ ମାଣ୍ଡିଆ ବିକି୍ର କରିପାରିବେ । ଆଜି ଏହି ମର୍ମରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟର ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ।