ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ କ୍ୟାବିନେଟ ବୈଠକ
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ କ୍ୟାବିନେଟ ବୈଠକ
admin
May 10, 2021 - 08:11
Updated: May 10, 2021 - 08:11
ଭୁବନେଶ୍ୱର : ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଭର୍ଚୁଆଲ ଜରିଆରେ ଏହି କ୍ୟାବିନେଟରେ ନବୀନ ଅଂଶଗ୍ରହଣ କରିବେ । କେଉଁ କେଉଁ ପ୍ରସ୍ତାବ ଉପରେ ଆଲୋଚନା ହେବ ସେନେଇ କିଛି ସ୍ପଷ୍ଟ ହୋଇନଥିଲେବି ରାଜ୍ୟର ବିକାଶ ଓ କରୋନା ସଂକ୍ରମଣ ରୋକିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟଯେ, ରାଜ୍ୟରେ କରୋନା ଭୟଙ୍କର ଭାବେ ସଂକ୍ରମିତ ହେବାରେ ଲାଗିଛି । ବିଶେଷକରି କରୋନା ସଂକ୍ରମଣ ଗ୍ରାମାଂଚଳରେ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଂଚଳରେ ସଂକ୍ରମଣ ରୋକିବା ଏକ ଆହ୍ୱାନ ସୃଷ୍ଟିକରିଛି । ଯେଉଁଥିପାଇଁ ଦ୍ୱିତୀୟ ଲହରର ପ୍ରଭାବ ଆଗାମୀ ୬ ମାସ ପର୍ଯ୍ୟନ୍ତ ଅନୁଭୂତ ହେବବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଅପରପକ୍ଷରେ ଟିକାଦାନକୁ ବ୍ୟାପକ କରିବା ସହ ଟିକା ଆମଦାନୀ ଉପରେ ବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଆଶା କରାଯାଉଛି ।
ଅପରପକ୍ଷରେ ଗ୍ରାମାଂଚଳରେ କାର୍ଯ୍ୟରତ ଲୋକ ପ୍ରତିନିଧି ଓ ଅଧିକାରୀମାନଙ୍କୁ ମଧ୍ୟ କରୋନା ସଂକ୍ରମଣ ରୋକିବା ଦିଗରେ କ୍ଷମତା ଦିଆଯିବାର ସମ୍ଭାବନାକୁ ଏଡ଼ାଇ ଦିଆନଯାଇପାରେ ।
ଖାଲି କରୋନା ସଂକ୍ରମଣ ନୁହେଁ, ବିକାଶ ମୂଳକ କାର୍ଯ୍ୟଦିଗରେ ବି ନବୀନ ପଦକ୍ଷେପ ନେବେ । କେତେକ ପ୍ରକଳ୍ପକୁ ବି ଅନୁମତି ମିଳିବ ବୋଲି କୁହାଯାଉଛି । ଏହାଛଡ଼ା ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ନିକଟରେ କେନ୍ଦ୍ର ସରକାର କରୋନା ଲଢେ଼ଇରେ ସାମିଲ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଚାକିରୀରେ ଅଗ୍ରାଧିକାର ଦିଆଯିବ ବୋଲି ଘୋଷଣା କରିଥିଲେ । ଅନରୂପ ଭାବେ ରାଜ୍ୟ ସରକାରବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି ।