ନବୀନଙ୍କ ପୁରୀ ପ୍ୟାକେଜ

ନବୀନଙ୍କ ପୁରୀ ପ୍ୟାକେଜ

ଭୁବନେଶ୍ୱର : ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ସବୁ ପରିବାରକୁ ୫୦ କେଜି ଚାଉଳ ମିଳିବ ବୋଲି ନବୀନ ଘୋଷଣା କରିଛନ୍ତି । ସେହିପରି ବିଜୁଳି ନ ଆସିବା ଯାଏଁ ପରିବାର ପିଛା ମାଗଣା ଅଢେ଼ଇ ଲିଟର କିରୋସିନ ମିଳିବ । ମାଗଣାରେ ସାନିଟାରୀ ନାପକିନ ଓ ୧୦ ଲକ୍ଷ ମହମବତୀ ମଧ୍ୟ ଯୋଗାଇ ଦିଆଯିବ ବୋଲି ନବୀନ କହିଛନ୍ତି । ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ପରେ କହିଛନ୍ତିଯେ, ବାତ୍ୟାରେ ବିଜୁଳି ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ତାହାକୁ ସଜାଡ଼ିବା ପାଇଁ ଉଦ୍ୟମ ଜାରି ରହିଛି । ସେହିପରି ବହୁ ସଂଖ୍ୟାରେ ଘର ବି ଭାଙ୍ଗିଛି । ଖୁବଶୀଘ୍ର ଅନୁଧ୍ୟାନ କରାଯିବା ସହ ଘରଭଙ୍ଗା ସହାୟତା ଓ ରିଲିଫ କୋଡ଼ ଅନୁସାରେ ଅନ୍ୟ ସହାୟତା ବଂଟନ ଆରମ୍ଭ ହୋଇ ସପ୍ତାହକ ମଧ୍ୟରେ ଶେଷ ହେବ । ଯୁଦ୍ଧକାଳୀନ ଭିତିରେ ଶକ୍ତି ବିଭାଗର ଭିତିଭୂମି ପୁନରୁଦ୍ଧାର କାମ ଚାଲିଛି । ପୁରୀ ସହରକୁ ବିଶ୍ୱ ଐତିହ୍ୟ ସହର କରି ଗଢ଼ି ତୋଳିବୁ ବୋଲି ନବୀନ ପ୍ରକାଶ କରିଛନ୍ତି ।