ମୃତ୍ୟୁର ୧୨ ଘଣ୍ଟା ପରେ ବି ଆସିଲାନି ଆମ୍ବୁଲାନ୍ସ : ଟ୍ରଲିରେ ବୁହା ହେଲା କରୋନା ଆକ୍ରାନ୍ତଙ୍କ ଶବ

ମୃତ୍ୟୁର ୧୨ ଘଣ୍ଟା ପରେ ବି ଆସିଲାନି ଆମ୍ବୁଲାନ୍ସ : ଟ୍ରଲିରେ ବୁହା ହେଲା କରୋନା ଆକ୍ରାନ୍ତଙ୍କ ଶବ

ମୃତ୍ୟୁର ୧୨ ଘଣ୍ଟା ପରେ ବି ଆସିଲାନି ଆମ୍ବୁଲାନ୍ସ : ଟ୍ରଲିରେ ବୁହା ହେଲା କରୋନା ଆକ୍ରାନ୍ତଙ୍କ ଶବ
ଥେନି : ସାରା ଭାରତରେ କରୋନା ମାମଲା ବୃଦ୍ଧି ପାଇଥିବାବେଳେ କରୋନା ଆକ୍ରାନ୍ତଙ୍କୁ ନେଇ ପ୍ରଶାସନର ଅବେହଳା ମଧ୍ୟ ସାମ୍ନକୁ ଆସିଛି । ଠିକ୍‌ ଏହିପରି ଏକ ଘଟଣା ତାମିଲନାଡୁ ଥେନିରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବୃଦ୍ଧା ମହିଳା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାବେଳେ ଆମ୍ବୁଲାନ୍ସ ନ ମିଳିବାରୁ ଟ୍ରଲିରେ ତାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଛି। କରୋନା ଆକ୍ରାନ୍ତଙ୍କ ଶବକୁ ଟ୍ରଲିରେ ନିଆଯାଉଥିବା ନେଇ ଏକ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ୭୫ ବର୍ଷୀୟା ମହିଳା ଜଣକ ଥେନିରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିଛିଦିନ ହେବ ଏହି ବୃଦ୍ଧାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହୁନଥିଲା। ସେ ଡାଇରିଆରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। କିନ୍ତୁ ଘରକୁ ଆସିବାର ଦୁଇ ଦିନ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଥିଲା। ଏହା ପରେ ମହିଳାଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ଜାଣିବା ପରେ ପଡୋଶୀମାନେ ନଗର ନିଗମକୁ ଏହି ସମ୍ପର୍କରେ ସୂଚନା ଦେଇଥିଲା । କିନ୍ତୁ ବୃଦ୍ଧାଙ୍କର ମୃତ୍ୟୁର ୧୨ ଘଣ୍ଟା ପରେ ପ୍ରଶାସନ ତରଫରୁ କୌଣସି ଆମ୍ବୁଲାନ୍ସ ବ୍ୟବସ୍ଥା ନହବୋରୁ ଜଣେ ସ୍ଥାନୀୟ ସଫାଇ କର୍ମୀ ସାହାଯ୍ୟ କରିଥିଲେ । ଏକ ଟ୍ରଲିରେ ବୃଦ୍ଧାଙ୍କର ଶବକୁ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କରାଗଲା । ତେବେ ବୃଦ୍ଧା ମହିଳାଙ୍କ ପୁତ୍ର ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ।