ମେ’ ଓ ଜୁନ ଦୁଇ ମାସ ପାଇଁ ୧୨ ଲକ୍ଷ ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଦିଆଯିବ

ମେ’ ଓ ଜୁନ ଦୁଇ ମାସ ପାଇଁ ୧୨ ଲକ୍ଷ ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଦିଆଯିବ

ମେ’ ଓ ଜୁନ ଦୁଇ ମାସ ପାଇଁ ୧୨ ଲକ୍ଷ ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଦିଆଯିବ
ଭୁବନେଶ୍ୱର : କୋଭିଡର ଦ୍ୱିତୀୟ ଲହର ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମେ ମାସରୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ମେ’ ଓ ଜୁନ ଦୁଇ ମାସ ପାଇଁ ହିତାଧିକାରୀମାନଙ୍କୁ ଏହି ଅତିରିକ୍ତ ଚାଉଳ ମାଗଣାରେ ଦିଆଯିବ । ରାଜ୍ୟ ସରକାର ଏ ବାବଦରେ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ଏହା ଦ୍ୱାରା ରାଜ୍ୟର ପ୍ରାୟ ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କୁହାଯାଇଛି । ପୂର୍ବରୁ କେନ୍ଦ୍ର ସରକାର ଏଭଳି ଘୋଷଣା କରିଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଅଧୀନରେ ଥିବା ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ମେ’ ଓ ଜୁନ ଦୁଇ ମାସ ପାଇଁ ଅତିରିକ୍ତ ଭାବେ ୫ କେଜି ଚାଉଳ ବା ଗହମ ଦିଆଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା ।