ରମାଦେବୀ କଲେଜରେ ଦୁଇ ଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ
ରମାଦେବୀ କଲେଜରେ ଦୁଇ ଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ
admin
Aug 26, 2019 - 07:23
Updated: Aug 26, 2019 - 07:23
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ସରକାର ଅକଳରେ ପଡ଼ିଯାଇଛନ୍ତି । ବିଭିନ୍ନ କ୍ୟାମ୍ପସରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିର୍ବାଚନ ବନ୍ଦ ପ୍ରତିବାଦରେ ବିଶ୍ୱବିଦ୍ୟାଳୟ ଫାଟକ ବନ୍ଦ କରିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋରେ କଳା ବୋଳି ପ୍ରତିବାଦ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ନିକଟରେ ରାଜ୍ୟ ସରକାର କଲେଜ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ ଛାତ୍ରନେତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କ୍ୟାମ୍ପସରେ ଶାସକ ବିଜେଡିର ଦବଦବା ନାହିଁ । ହାରିଯିବା ଭୟରେ ସରକାର ନିର୍ବାଚନକୁ ବାତିଲ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ତେବେ ନିର୍ବାଚନ ବାତିଲକୁ ନେଇ ସୋମବାର ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ତୁମୁଳକାଣ୍ଡ ଭିଆଇଥିଲେ । ଗୋଟିଏ ଗୋଷ୍ଠୀର ଛାତ୍ରୀ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ । ଯାହାକୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।