ମୋବାଇଲରେ ଗପିବା ମହଙ୍ଗା ପଡିଲା : ଲେବଲ କ୍ରଂସି ପାର ହେବା ବେଳେ ଟ୍ରେନ୍ ଚଢିଗଲା

ମୋବାଇଲରେ ଗପିବା ମହଙ୍ଗା ପଡିଲା : ଲେବଲ କ୍ରଂସି ପାର ହେବା ବେଳେ ଟ୍ରେନ୍ ଚଢିଗଲା

ମୋବାଇଲରେ ଗପିବା ମହଙ୍ଗା ପଡିଲା : ଲେବଲ କ୍ରଂସି ପାର ହେବା ବେଳେ ଟ୍ରେନ୍ ଚଢିଗଲା
ଭୁବନେଶ୍ୱର: ମୋବାଇଲରେ ଗପିବାବେଳେ ଆଜିର ଯୁବପୀଢ଼ି ଏତେ ମଜ୍ଜି ଯାଉଛନ୍ତି ଯେ, ତାଙ୍କ ଆଗ ପଛରେ କ’ଣ ଘଟୁଛି ଜାଣିପାରୁନାହାଁନ୍ତି । ପ୍ରାୟ ସମୟରେ ଏପରି ଘଟଣା ଆମ ସାମ୍ନାକୁ ଆସିଛି । ଏମିତିକି ଅନେକ ସମୟରେ ମୃତୁ୍ୟକୁ ମଧ୍ୟ ଆମନ୍ତ୍ରଣ କରୁଥିବାର ଅନେକ ନଜିର ରହିଛି । ଏମିତି ଏକ ଅଘଟଣ ଆଜି ଦେଖିବାକୁ ମିଳିଛି । ମୋବାଇଲରେ ଗପିଗପି ଚାଲୁଥିବାବେଳେ ପଛରେ ଆସୁଥିବା ଟ୍ରେନ ଜଣେ ଝିଅ ଉପରେ ଚଢ଼ିଯାଇଛି । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଛି । କାନରେ ଇୟର ଫୋନ ଦେଇ କଥା ହେଉଥିବାରୁ ଟ୍ରେନ ଆସିବାର ଶବ୍ଦ ଶୁଣିପାରିନଥିଲେ ବି ବୋଲି କୁହାଯାଉଛି । ତେବେ ଝିଅଟିର ଅନ୍ୟମନସ୍କ ହେବା ଯୋଗୁଁ ମୃତୁ୍ୟ ଘଟିଛି ନା ଆତ୍ମହତ୍ୟା କରିଛନ୍ତି ସେନେଇ ଅନେକ ସନେ୍ଦହ ପ୍ରକାଶ କରୁଥିବାବେଳେ ଏନେଇ ତଦନ୍ତ ଜାରିରହିଛି ।