ମଦ ପାଇଁ ମଦ ବେପାରୀଙ୍କୁ ହତ୍ୟା

ମଦ ପାଇଁ ମଦ ବେପାରୀଙ୍କୁ ହତ୍ୟା

ମଦ ପାଇଁ ମଦ ବେପାରୀଙ୍କୁ ହତ୍ୟା
କବିସୂର୍ଯ୍ୟନଗର : ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଓ ଆସିକା ଥାନା ଇଲାକାରେ ବେଆଇନ ମଦ କାରବାର କୁଟୀରଶିଳ୍ପ ଭଳି ମାଡିଚାଲିଛି । ଯାହାର କୁପରିଣିତି ଆଜି ଦେଖିବାକୁ ମିଳିଛି । ମଦ ବେପାରକୁ ନେଇ କବିସୂର୍ଯ୍ୟନଗର ଥାନା ଅଚଂଳର ଜଣେ ମଦ ବେପାରୀଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ, ବାଉଁଶିଆ ଗ୍ରାମର ସୁରେନ୍ଦ୍ର ବିଶ୍ୱାଳଙ୍କ ପୁଅ ସୁଶାନ୍ତ ବିଶ୍ୱାଳ (୩୫) । ମୁଣ୍ଡ ଓ ଗୋଡରେ ଖଣ୍ଡାଚୋଟ ପକାଯାଇ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ସୂଚନାନୁସାରେ, ସୁରେନ୍ଦ୍ର ଓ ମାମୁ ଶ୍ୱଶୁରଙ୍କୁ ପୁଅ ତଥା ତଥା ଶାଳକ ଧୋବା ରାଉତ ମିଶି ବାଉଁଶିଆ ଗ୍ରାମ ପାହାଡ ପାଖ ଆମ୍ବତୋଟାରେ ଏକ କୁଡିଆରେ ବେଆଇନ ଦେଶୀ ଓ ବିଦେଶୀ ମଦ ବେପାର କରୁଥିଲେ । ରାତି ପ୍ରାୟ ୮ଟାବେଳେ ୩ ଜଣ ଯୁବକ ହଠାତ୍ କୁଡିଆ ପାଖରେ ପହଁଚି ସୁଶାନ୍ତଙ୍କୁ ଡାକିଥିଲେ । ସୁଶାନ୍ତ ବାହାରକୁ ଆସିବା କ୍ଷଣି ତାଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରି ଚମ୍ପଟ ମାରିଥିଲେ । ଶାଳକ ଧୋବା ସଙ୍ଗେ ସଙ୍ଗେ ଏନେଇ ପରିବାରବର୍ଗଙ୍କୁ ସୂଚନା ଦେବା ପରେ ସମସ୍ତେ ପହଁଚି ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ଡାକ୍ତରଖାନାକୁ ନେଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତୁ୍ୟ ହୋଇଥିଲା । ମୃତକ ସୁଶାନ୍ତଙ୍କ ବାପା ସୁରେନ୍ଦ୍ରଙ୍କ ଏତଲା କ୍ରମେ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।