ରାଜଧାନୀ ନାବାଳିକା ଗଣବଳାକ୍ରାର ମାମଲା, ହାଜର ପାଇଁ ଜାଗିଙ୍କୁ ନୋଟିସ

ରାଜଧାନୀ ନାବାଳିକା ଗଣବଳାକ୍ରାର ମାମଲା, ହାଜର ପାଇଁ ଜାଗିଙ୍କୁ ନୋଟିସ

ରାଜଧାନୀ ନାବାଳିକା ଗଣବଳାକ୍ରାର ମାମଲା, ହାଜର ପାଇଁ ଜାଗିଙ୍କୁ ନୋଟିସ
ଭୁବନେଶ୍ୱର: ଲକଡାଉନ ସମୟରେ ରାଜଧାନୀରେ ନାବାଳିକାକୁ ଗଣବଳାକ୍ରାର ମାମଲାର ଶୁଣାଣି ଆସନ୍ତା ୧୮ ତାରିଖରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ କରାଯିବ । ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା, କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ, ଅଭିଯୋଗକାରିଣୀ ଓ ଭୁବନେଶ୍ୱର ଡିସିପି ଶୁଣାଣି ବେଳେ ହାଜର ରହିବେ । ପୀଡ଼ିତା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଏହି ଶୁଣାଣି ହେବ । ଆୟୋଗ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । ନାବାଳିକା ଗଣବଳାକ୍ରାର ଅଭିଯୋଗ ମାମଲାରେ ଗତ ୫ ତାରିଖରେ ସୁରକ୍ଷା ଆୟୋଗଙ୍କ ନିକଟରେ ପକ୍ଷ ରଖିଥିଲେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା । ମାମଲା ନାକଚ କରିବାକୁ ସେ ଆବେଦନ କରିଥିଲେ । ମାମଲାରେ ଓଟିଭି ଏମଡିଙ୍କୁ ହାଜର ହେବାକୁ ମହିଳା କମିଶନ ଏକାଧିକ ଥର ନୋଟିସ କରିଥିଲେ । ପ୍ରଥମ ଥର ସେ ମହିଳା କମିଶନଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ହେଁ କାମର ଆଳ ଦେଖାଇ ହାଜର ହୋଇନଥିଲେ । ମାତ୍ର ବ୍ୟକ୍ତିଗତ ଭାବେ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାକୁ ନିଜ ନାମକୁ ବାଦ ଦେବାକୁ ଜାଗି କମିଶନଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କର ଏହି ପରୋକ୍ଷ ଆବେଦନକୁ ମହିଳା କମିଶନ ଖାରଜ କରିଦେଇଥିଲେ । ପୁଣି ଶିଶୁ ଅଧିକାର କମିଶନଙ୍କ ନିକଟରେ ମାମଲା ଖାରଜ ପାଇଁ ଆବେଦନ କରିଥିଲେ ।