ରାଜ୍ୟରେ ନାରୀ ଅସୁରକ୍ଷିତ ଓ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ :କଂଗ୍ରେସ

ରାଜ୍ୟରେ ନାରୀ ଅସୁରକ୍ଷିତ ଓ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ :କଂଗ୍ରେସ

ରାଜ୍ୟରେ ନାରୀ ଅସୁରକ୍ଷିତ ଓ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ :କଂଗ୍ରେସ
ଭୁବନେଶ୍ୱର : ତିର୍ତୋଲ ଅଂଚଳର ଜୈନିକା ନାବାଳିକାକୁ କଟକର ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ୨୨ ଦିନ କାଳ ବନ୍ଦି କରି ରଖି ଗଣଦୁଷ୍କର୍ମ କରିବା ଘଟଣାରେ ରାଜ୍ୟରେ ଆଇନ୍ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଏବଂ ନାରୀ ଅସୁରକ୍ଷିତ ବୋଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ଘଟଣା ସଂପର୍କରେ ପୋଲିସ ପାଖରେ ଅପରାଧିଙ୍କ ସଂପର୍କରେ ନିର୍ଦ୍ଧିଷ୍ଟ ତଥ୍ୟ ଭିତିକ ଅଭିଯୋଗ ହେବାର ୪୮ ଘଂଟା ବିତି ଯାଇଥିଲେ ମଧ୍ୟ ଅପରାଧିଙ୍କୁ ପୋଲିସ ଧରିବାରେ ବିଫଳ । ସମଗ୍ର ଦେଶରେ ଦଣ୍ଡହାର ଠାରୁ ରାଜ୍ୟର ଦଣ୍ଡ ହାର ସର୍ବନିମ୍ନ । ଯେଉଁଥି ପାଇଁ ଅପରାଧିମାନେ ଅପରାଧ ଘଟାଇବା ପାଇଁ ପଛଘୁଂଚା ଦେଉନାହାନ୍ତି ଏବଂ ଅପରାଧିମାନଙ୍କୁ ଦଣ୍ଡ ଦେବା ପାଇଁ ସରକାରଙ୍କର ମାନସିକତା ମଧ୍ୟ ନାହିଁ । କାରଣ ଦୀର୍ଘ ୨୦ ବର୍ଷର ଶାସନ କାଳରେ ଅଧିକାଂଶ ଅପରାଧିକ ଘଟଣାରେ ସରକାରୀ ଦଳର କର୍ମୀ ସଂପୃକ୍ତ ହୋଇଥିବାରୁ ତଦନ୍ତକାରୀ ସଂସ୍ଥା ଅପରାଧିଙ୍କ ପ୍ରତି କୋହଳ ମନୋଭାବ ରଖି ଅଭିଯୋଗ ଫର୍ଦ୍ଧ ଦାଖଲ କରୁଥିବାରୁ ଅପରାଧିମାନେ ଅପରାଧ ଘଟାଇ ଖସିବାରେ ସଫଳ ହେଉଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିବା ସହିତ ରାଜ୍ୟରେ ପିପିଲିର ବେବିନା, ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ଓ ଆୟୁଷ ଡାକ୍ତରାଣୀ ମାଧବୀଲତା ଘଟଣାକୁ ରାଜ୍ୟ ସରକାର ଯେଭଳି ଭାବେ ତଦନ୍ତ କରାଇଲେ ତାହା ସମସ୍ତ ରାଜ୍ୟବାସୀ ଅବଗତ । ବିଶେଷକରି କୁନ୍ଦୁଲି ଘଟଣାରେ ସରକାରଙ୍କର ତଦନ୍ତ ଏବଂ ମାତ୍ରାଧିକ ଚାପ ସହି ନପାରି କୁନ୍ଦୁଲି ପୀଡିତା ଆତ୍ମହତ୍ୟା କରିଥିଲେ । ତେଣୁ ତିର୍ତୋଲ ପୀଡିତାଙ୍କ କ୍ଷେତ୍ରରେ କୁନ୍ଦୁଲି ଘଟଣାର ଯେଭଳି ପୁନରାବୃତି ନହେଉ, ସେଥିପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କ୍ରାଇମ୍ବ୍ରାଂଚ ତଦନ୍ତ କରାଇବା ସହିତ ପରିବାରକୁ ସୁରକ୍ଷା, ପୀଡିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା’ର ସମସ୍ତ ଭରଣପୋଷଣ ଖର୍ଚ୍ଚ ଓ ମାଗଣା ଶିକ୍ଷା ସହିତ ପୀଡିତାର ପରିବାରକୁ ସରକାରଙ୍କର ଜନମଙ୍ଗଳକାରୀ ଯୋଜନାରେ ସାମିଲ କରି ସାମାଜିକ ସୁରକ୍ଷା ପ୍ରଦାନ, ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ଜିନେ୍ ଦାସ, ନାରାୟଣ ଜେନା, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।