ରାଜ୍ୟରେ ୨୪ ଘଣ୍ଟାରେ ୨୨ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୨୨ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୨୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୪ଜଣ ଓ ସ୍ଥାନୀୟ ସଂକ୍ରମିତ ୮ଜଣ ରହିଛନ୍ତି ।  ସେମାନଙ୍କ ମଧ୍ୟରୁ ୪ଜଣ ଛୁଆ ଅଛନ୍ତି ।

 ସୂଚନା ଓ ଲୋକସଂପର୍କ ବିଭାଗର ରିପୋର୍ଟ ଅନୁସାରେ ବାଲେଶ୍ୱରରୁ ୧, ଭଦ୍ରକରୁ ୧,  ଖୋର୍ଦ୍ଧାରୁ  ୪, ବଲାଙ୍ଗୀରରୁ ୨, କଟକରୁ ୪, ଗଜପତିରୁ ୧, ଯାଜପୁରରୁ ୧, ନୂଆପଡାରୁ ୧, ସମ୍ବଲପୁରରୁ ୪, ସୋନପୁରରୁ ୧, ସୁନ୍ଦରଗଡରୁ ୧ ଓ ରାଜ୍ୟପୁଲରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  

 ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୭ହଜାର ୮୨୩କୁ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ ଆଉ  ୨୨ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୭୮ହଜାର ୪୪୧ ରହିଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି୨୦୮ ।