ରାଜ୍ୟସଭା ଯିବେ ସସ୍ମିତ, ଅମର, ଅଶ୍ୱିନୀ ବୈଷ୍ଣବ

ରାଜ୍ୟସଭା ଯିବେ ସସ୍ମିତ, ଅମର, ଅଶ୍ୱିନୀ ବୈଷ୍ଣବ

ରାଜ୍ୟସଭା ଯିବେ ସସ୍ମିତ, ଅମର, ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ସୁପି୍ରମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡ଼ି ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାମ ନବୀନ ଘୋଷଣା କରିଛନ୍ତି । ରାଜ୍ୟସଭା ପ୍ରାର୍ଥୀ ହେବାପାଇଁ ବହୁ ନେତା ଆଗ୍ରହ ପ୍ରକାଶ କରିଥିଲେ । ନିର୍ବାଚନ ବେଳେ ମଧ୍ୟ ନବୀନ କେତେକ ନେତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ । ବିଶେଷକରି ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଶାବାଦୀ ଥିଲେ । ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ହୋଇ କମ୍ ଭୋଟରେ ପରାସ୍ତ ହୋଇଥିବା ଅରୂପ ପଟ୍ଟନାୟକଙ୍କୁ ରାଜ୍ୟସଭା ଟିକେଟ ମିଳିବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ସବୁଥର ଭଳି ଏଥର ମଧ୍ୟ ନବୀନ ସମସ୍ତଙ୍କୁ ଚକମା ଦେଇଛନ୍ତି । ଦଳରେ ଅନେକ ଆଶାୟୀ ଥିଲେବି ବୁଦ୍ଧିଜୀବୀଙ୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିଜେଡ଼ିର ପ୍ରମୁଖ ମୁଖପାତ୍ର ଭାବେ ପରିଗଣିତ ସସ୍ମିତ ପାତ୍ର ଗତ ବିଧାନସଭା ନିର୍ବାଚନ ଲଢ଼ିବାକୁ ମଧ୍ୟ ଆଶା ପ୍ରକାଶ କରିଥିଲେ । ତେବେ ସେତେବେଳେ ତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଭରସା ଦିଆଯାଇଥିଲା । ସେହିପରି ସମ୍ପ୍ରତି ବିଜେଡ଼ିର ଆଇଟି ସେଲକୁ ଚଳଚଂଚଳ କରିବାରେ ଅମର ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେ ମଧ୍ୟ ରାଜ୍ୟସଭା ରେସରେ ଥିଲେ ।