କରଞ୍ଜିଆ ନିର୍ବାଚନୀ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ
କରଞ୍ଜିଆ ନିର୍ବାଚନୀ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ
admin
Apr 19, 2019 - 09:44
Updated: Apr 19, 2019 - 09:44
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇଛନ୍ତି । ଏହି ଅବସରରେ ରାଜନାଥ ନିଜର ଉଦବୋଧନ ଦେବା ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ।
ରାଜନାଥ କହିଥିଲେ ଯେ, କେନ୍ଦ୍ର ସରକାର ସବୁବେଳେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ମୟୂରଭଞ୍ଜ ଛଉ ନୃତ୍ୟର ପ୍ରଚାର ଓ ପ୍ରଚାର ପାଇଁ କେନ୍ଦ୍ର ଉଦ୍ୟମ କରିବ । ପୁଲୱମା ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦିଆଗଲା । ଘରେ ପାଇ ସେମାନଙ୍କୁ ନିପାତ କରାଗଲା । ତେବେ ଏହା ପରେ ବିରୋଧୀ ସଂଖ୍ୟା ମାଗିଲେ । ପାକିସ୍ତାନକୁ ଯୁଦ୍ଧରେ ହରାଇବା ପାଇଁ ଇନ୍ଦିରା ଗାନ୍ଧିଙ୍କୁ ପ୍ରଶଂସା କରାଯାଉଛି । ତେବେ ବାଲାକୋଟ ଷ୍ଟ୍ରାଇକ ପରେ ନରେନ୍ଦ୍ର ମୋଦିଙ୍କୁ କାହିଁକି ପ୍ରଶଂସା କରାଯିବନି ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି ।
ସେହିପରି ରାଜନାଥ କହିଥିଲେ ଯେ, ୫ବର୍ଷ ତଳେ ଭାରତରେ ୧୨.୫ କୋଟି ଗରିବ ଥିଲେ, ଏବେ ୫କୋଟିକୁ ହ୍ରାସ ପାଇଛି । ବିଜେପି ସରକାର ଗରିବଙ୍କ ସ୍ୱାର୍ଥ ପାଇଁ ସମ୍ପୂର୍ଣ୍ଣ ସମର୍ପିତ । ରାଜ୍ୟ ସରକାର ପିଏମ କିଷାନ ଯୋଜନାରେ ଚାଷୀଙ୍କ ତାଲିକା ଦେଉନାହାନ୍ତି । ଓଡ଼ିଶା ସରକାର ମାତ୍ର ସାଢେ ୮ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି । ତେବେ ବିଜେପି ସରକାର ଆସିଲେ ଚାଷୀଙ୍କୁ ୫ ବର୍ଷ ପାଇଁ ସୁଧମୁକ୍ତ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ । ସେହିପରି ବିଜେପି ସରକାର ଆସିଲେ କରଞ୍ଜିଆକୁ ରେଳ ସଂଯୋଗ କରାଯିବ ବୋଲି କହି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି ରାଜନାଥ ।