ଶନିଦେବ ନ୍ୟାୟର ଦେବତା, କର୍ମ ଅନୁଶାରେ ଫଳ ଦିଅନ୍ତି
ଶନିଦେବ ନ୍ୟାୟର ଦେବତା, କର୍ମ ଅନୁଶାରେ ଫଳ ଦିଅନ୍ତି
admin
Dec 21, 2019 - 00:24
Updated: Dec 21, 2019 - 00:24
ଶାସ୍ତ୍ରପୁରାଣ ଓ ଧାର୍ମିକ କଥାବସ୍ତୁ ଅନୁଯାୟୀ ଶନିଦେବଙ୍କୁ ନ୍ୟାୟର ଦେବତା ଭାବରେ ମୁନିଋଷି ପଣ୍ଡିତ ମାନେ ସମାଜକୁ ଦିଗଦର୍ଶନ ଦେଇଆସିଛନ୍ତି । କର୍ମ ଅନୁଯାୟୀ ହିଁ ପ୍ରଭୁ ଶନିଦେବ ଫଳ ପ୍ରଦାନ କରିଥାଆନ୍ତି। ଶନିଙ୍କ କୁପ୍ରଭାବ ପଡ଼ିଲେ ଜୀବନରେ ବହୁ ବାଧାବିଘ୍ନ ଓ ସମସ୍ୟା ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାରଟି ଶନିଦେବଙ୍କ ପାଇଁ ସମର୍ପିତ। ଏହିଦିନ ଆମକୁ ଏପରି କେତେକ କାର୍ୟ୍ୟ ଅଛି ଯାହାକୁ କରିବା ଦ୍ୱାରା ଶନିଙ୍କ କୋପ ପଡ଼ିଥାଏ ସେ ସଂକ୍ରାନ୍ତରେ ଆସନ୍ତୁ ଜାଣନ୍ତୁ ଟ୍ଟ.
ଜାଣିଶୁଣି କାହାର ଅଯଥାରେ ଅପମାନ କରନ୍ତୁ ନାହିଁ। ଶନିବାର ଦିନ ଏହି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଅସହାୟଙ୍କ ଅପମାନ ଆଦୌ କରନ୍ତୁ ନାହିଁ।
ଶନିବାର ଦିନ ତେଲର ଦାନ ନିଶ୍ଚୟ କରନ୍ତୁ। ମାନ୍ୟତା ଅନୁଯାୟୀ, ଏହି ଦିନ ପ୍ରଭୁଙ୍କୁ ତେଲ ଅର୍ପଣ କଲେ ଶନିଦୋଷରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।
ଏହି ଦିନ ଘରକୁ ଲୁହା କିମ୍ବା ଲୁହାରେ ପ୍ରସ୍ତୁତ ବସ୍ତୁ କିଣି ଆଣନ୍ତୁ ନାହିଁ। ମାତ୍ର ଲୁହାର ଦ୍ରବ୍ୟ ଦାନ କରିବା ଖୁବ ଶୁଭ।
ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷର ପୂଜା କରନ୍ତୁ। ଜଳ ଅର୍ପଣ କରନ୍ତୁ। ଦୀପ ଲଗାନ୍ତୁ ଓ ସାତ ଥର ପରିକ୍ରମା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ।
ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ପ୍ରଭୁଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ୱାରା ପ୍ରଭୁ ଶନିଦେବ ପ୍ରସନ୍ନ ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ।