ମାଳିକା ବିଚାର ...

ମାଳିକା ବିଚାର ...

ମାଳିକା ବିଚାର ...
ମାଳିକା ବିଚାର ଚାଲିଛିରେ ଦେଖୁଛ ତ ଦେଶ ଭାଈ, ଦଳଟେ ଅଛନ୍ତି ସୁର ତାଳ ଦେଈ ଲୋକଙ୍କୁ ଭୁଆଁ ବୁଲେଇ । ଢଗ ଢମାଳିକୁ ବୋଲନ୍ତି ବାଗେଇ ସତେକି ସେ ଅବତାରି, ପୋସାକକୂ ଦେଖ ଦେଖ ପେଣ୍ଡାଲକୁ ବସେଇ ପାଖରେ ନାରୀ। ଉଚାରଣ ଚାଲେ ମାଳିକା ଗଣନା ଅଚୁତା ନନ୍ଦଙ୍କ ତତ୍ୱ, ଜିଏ ବି ଶୁଣିବ ବଚନ ଏହାଙ ମନରେ ଉପୁଜେ ଦ୍ୱନ୍ଦ । ପ୍ରତ୍ୟକ ନିଜର କର୍ମକୁ ନେଇ ଆସିଛି ମରତେ ଜୀବ, ଋଣ ସୁଜିବାକୁ ଆସିଛି କାହାର ଅବାନେବାକୁ କା ପ୍ରତିଶୋଧ । କଟକ,ଭୁବନେଶ୍ବର,ପୁରୀ ଜଗଶିପୁର୍ ଆଉ ଛତିଆ ନେମାଳ ଧରି, ସିନୋମା ସଂଗୀତ ନାଚ ଭବିଷ୍ୟତ ସବୁ ଯେମିତି ଏହି ଠାରେ ପୁରୀ । ସତେକି ଦେଶକୁ ଦେବେ ବଦଳେଇ ପ୍ରବଚକ ବାଲା ଭାଈ, କର୍ମ କରିଚାଲ ନିର୍ଭୁଲ୍ ନିୟମେ କର୍ମ ରେ ଲାଜ ନାହଁ । ପୃଥିବୀର ଏହି ରଙ୍ଗମଞ୍ଚରେ ଆମେ ସବୁ କଳାକାର, ଅଭିନୟ ଆମ ଯେପରି ବି ହେଉ କେବେ ବି ଲାଗେନି ଡର । ହରେକୃଷ୍ଣ ପଟ୍ଟନାୟକ ତିଗିରିଆ,କଟକ