ପୁରୀ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମିଳିଲା ସୁଡଙ୍ଗ

ପୁରୀ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମିଳିଲା ସୁଡଙ୍ଗ

ପୁରୀ: ପୁରୀ ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍ମରଣୀରେ ମିଳିଛି ସୁଡ଼ଙ୍ଗ ସନ୍ଧାନ । ଗଭୀର ଜଳ ଖାଲି ହେବା ପରେ ଏହି ସୁଡ଼ଙ୍ଗର ସନ୍ଧାନ ମିଳିଥିବା ସୂଚନା ରହିଛି । ପୁଷ୍ମରିଣୀ ଉତ୍ତରପାଶ୍ୱର୍ରେ ଥିବା ପ୍ରାୟ ୨ ଫୁଟ ଓସାର ଓ ୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସୁଡ଼ଙ୍ଗ କେଉଁଠିକୁ ସଂଯୋଗ କରୁଛି ତାହା ସ୍ପଷ୍ଟ ହୋଇପାରିନି ।
ସୁଡ଼ଙ୍ଗ ଯେଉଁ ପାଶ୍ୱର୍କୁ ଦୃଶ୍ୟମାନ ହେଉଛି ସେ ପାଶ୍ୱର୍କୁ କୌଣସି ପୋଖରୀ କି ନାଳ ନଥିଲେ ବି ସୁଡ଼ଙ୍ଗ ଭିତରୁ ପାଣି ଝର ପଡ଼ିଥିବା ଦେଖିବାକୁ ମିଳିଛି । ଏହା ପୁଷ୍କରଣୀର ପାଣି ନିଷ୍କାସନ ବାଟ ନା ଅନ୍ୟକିଛି ତାକୁ ନେଇ ସ୍ଥନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହାର ଅଧିକ ଅନୁସନ୍ଧାନ ହେବା ଜରୁରୀ ବୋଲି ଅଞ୍ଚଳବାସୀ କହିଛନ୍ତି ।