ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ

ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ

ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ
ସ୍ୱୟଂସେବାର ଶକ୍ତି ଓ କ୍ଷମତା ପ୍ରତି ଅନ୍ତର୍ଜାତୀୟ ସ୍ତରରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦେ୍ଧଶ୍ୟରେ ପ୍ରତିବର୍ଷ ଡିସେମ୍ବର ୫ ତାରିଖରେ ପାଳିତ ହୁଏ ବିଶ୍ୱ ସ୍ୱେଚ୍ଛାସେବୀ ଦିବସ । ୧୯୮୫ ମସିହାରେ ଜାତିସଂଘ ଦ୍ୱାରା ଏହି ଦିବସ ସ୍ଥାପନା ହୋଇଥିଲା । ସମାଜସେବୀ କ୍ଷେତ୍ରରେ ସ୍ୱେଚ୍ଛାସେବୀ, ସ୍ୱେଚ୍ଛାସେବୀ ସଂଗଠନର ଅବଦାନ ବିଷୟରେ ଲୋକଙ୍କୁ ବୁଝାଇବାର ଏହା ଏକ ଅବସର । ସମସ୍ତ ସଂସ୍କୃତି, ଭାଷା ଓ ଧର୍ମରେ ସ୍ୱେଚ୍ଛାସେବୀ କାର୍ଯ୍ୟକଳାପ ଦେଖିବାକୁ ମିଳେ । ବିଶ୍ୱକୁ ଏକ ଉନ୍ନତ ଓ ସୁନ୍ଦର ସ୍ଥାନ ଭାବେ ଗଢ଼ିତୋଳିବା ପାଇଁ ପ୍ରତିବର୍ଷ କୋଟି କୋଟି ଲୋକ ନିଜ ସମୟକୁ ସ୍ୱଚ୍ଛତାରେ ବ୍ୟୟ କରନ୍ତି । ସେମାନେ ଯେତେବେଳେ ସ୍ୱେଚ୍ଛାକୃତ ଭାବେ ସେବା କରନ୍ତି, ଅନ୍ୟର ଜୀବନ ପରିବର୍ତ୍ତନ ସୁଧାରିବାରେ ସାହାଯ୍ୟ କରନ୍ତି । ଏହା ଦ୍ୱାରା ସୁସ୍ଥ ଓ ସୁଦୃଢ଼ ସମାଜ ନିର୍ମାଣ ସମ୍ଭବ ହୁଏ ।