ଶରଦ ପୂର୍ଣ୍ଣିମାରେ ଏମିତି କରନ୍ତୁ ପୂଜା, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

ଶରଦ ପୂର୍ଣ୍ଣିମାରେ ଏମିତି କରନ୍ତୁ ପୂଜା, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

ଶରଦ ପୂର୍ଣ୍ଣିମାରେ ଏମିତି କରନ୍ତୁ ପୂଜା, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

ଶରଦ ପୂର୍ଣ୍ଣିମା ଅତ୍ୟନ୍ତ ପବିତ୍ର ଦିନଟିଏ  । ଏହିଦିନ ସମୁଦ୍ର ମନ୍ଥନରୁ ମା’ ଲକ୍ଷ୍ମୀ ଆବିର୍ଭାବ ହୋଇଥିଲେ  । ମା’ ଏହଦିନ ଧରାପୃଷ୍ଠରେ ବିଚରଣ କରିଥା’ନ୍ତି ବୋଲି ମନେ କରାଯାଇଥାଏ  । ଏହିଦିନ ଚନ୍ଦ୍ର ପୂଜା ସହ ମା’ଙ୍କର ବି ପୂଜା କରାଯାଇଥାଏ  ।

ଆସନ୍ତୁ ଜାଣିବା, ଶରଦ ପୂର୍ଣ୍ଣିମାରେ କେମିତି କରିବେ ପୂଜା

ପବିତ୍ର ନଦୀରେ ବା ଗଙ୍ଗାଜଳରେ ସ୍ନାନ କରନ୍ତୁ  ।

କାଠ ଚଉକି ଉପରେ ଲାଲ ବସ୍ତ୍ର ବିଛାଇ, ସେହି ସ୍ଥାନକୁ ଗଙ୍ଗାଜଳରେ ପବିତ୍ର କରନ୍ତୁ

ଚଉକି ଉପରେ ମା’ ଲକ୍ଷ୍ମୀଙ୍କ ପ୍ରତିମା ସ୍ଥାପନ କରି ଲାଲ ଓଢ଼ଣୀ ପିନ୍ଧାନ୍ତୁ  । ଧୁପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ ଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ  ।

ସଂଧ୍ୟାରେ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ  । ତୁଳସୀ ଉପରେ ଘିଅର ଦୀପ ଜଳାଇ ଚନ୍ଦ୍ରମା’ଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ  । ଚାଉଳ ଓ କ୍ଷୀରରେ ପ୍ରସ୍ତୁତ କ୍ଷୀରିକୁ ଜହ୍ନ ଜୋଛନାରେ ରଖନ୍ତୁ  । କିଛି ଘଂଟା ରଖିବା ପରେ ଭୋଗ  ଲଗାନ୍ତୁ  ।