ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସମ୍ବଲପୁର, ସାମାଜିକ ଦୂରତା ସହ ପର୍ବ ହେବ ଅନୁଷ୍ଠିତ ।

ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସମ୍ବଲପୁର, ସାମାଜିକ ଦୂରତା ସହ ପର୍ବ ହେବ ଅନୁଷ୍ଠିତ ।

ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସମ୍ବଲପୁର, ସାମାଜିକ ଦୂରତା ସହ ପର୍ବ ହେବ ଅନୁଷ୍ଠିତ ।
ସରିଲା ଦେବ ନିମନ୍ତ୍ରଣ । ହର-ପାର୍ବତୀଙ୍କ ମଙ୍ଗନ ସମ୍ପନ୍ନ ହୋଇଯାଇଛି । ଆଜି ବିବାହ ହେବ । ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସାରା ରାଜ୍ୟ । ସମ୍ବଲପୁରରେ ଗତକାଲି ଦେବନିମନ୍ତ୍ରଣ ପର୍ବ ଶେଷ ହୋଇଛି । ବାହାଘର ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଝାଡୁଆପଡା, ମୁଦିପଡା, ବଡବଜାର, ବାଲିବନ୍ଧା, ଠାକୁରପଡା, ବୁଢାରଜା ଓ ଦୁର୍ଗାପାଲିରେ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କ ନିର୍ବନ୍ଧ ଶେଷ ହୋଇଛି । ଆଜି ଶୀତଳଷଷ୍ଠୀରେ ଦେବ ଦମ୍ପତିଙ୍କ ବିବାହ ହେବ । ଏପଟେ ଲିଙ୍ଗରାଜରେ ସାମାଜିକ ଦୂରତା ସହ ଓ ପରମ୍ପରା ମୁତାବକ ଶୀତଳଷଷ୍ଠୀ ପର୍ବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥାନୁସାରେ, ଠାକୁର ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରେଶ୍ୱର ମନ୍ଦିରକୁ ଯିବେ। ଏଥିପାଇଁ ଗତକାଲି ମଙ୍ଗନ ତିଥି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗନ ଅବସରରେ ଗତକାଲି ସନ୍ଧ୍ୟାରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଛି। ଆଜି ସେମାନଙ୍କ ଉପସ୍ଥିତିରେ ଶିବ-ପାର୍ବତୀଙ୍କ ଶୁଭ ପରିଣୟ ଅନୁଷ୍ଠିତ ହେବ। ଗତକାଲି ସନ୍ଧ୍ୟାରେ ସେବାୟତମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗନ କାର୍ୟ୍ୟ ସମାହିତ କରିଥିଲେ। ସନ୍ଧ୍ୟା ଧୂପ ପରେ ପରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଥିଲା।