ମହାକାଳେଶ୍ୱର ପିଠରେ କାଉଡିଆଙ୍କ ସେବା

ମହାକାଳେଶ୍ୱର ପିଠରେ କାଉଡିଆଙ୍କ ସେବା

ମହାକାଳେଶ୍ୱର ପିଠରେ କାଉଡିଆଙ୍କ ସେବା
ପାରାଦ୍ୱୀପ:୧୨/୦୮(ଲକ୍ଷ୍ମୀନାରାୟଣ ସାହୁ) ନୂଆବଜାର ନିକଟସ୍ଥ ହରିବୋଲିଆ ମଠ ମହାକାଳେଶ୍ୱର ଶୈବ ପିଠରେ ଚତୁର୍ଥ ସୋମବାର ଉପଲକ୍ଷେ ପିଠରେ ୬ଶହ କାଉଡିଆଙ୍କ ସମାଗମ ହୋଇଥିଲା । ମହାକାଳେଶ୍ୱର ସେବାସଙ୍ଘ ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କାଉଡିଆଙ୍କୁ ମାଗଣା ପ୍ରସାଦ ବଣ୍ଟା ଯାଇଥିଲା । ସେମାନଙ୍କୁ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।