ଶୋଇବା ଆଗରୁ ଏମିତି କରନ୍ତୁ, କମିବ ଓଜନ

ଶୋଇବା ଆଗରୁ ଏମିତି କରନ୍ତୁ, କମିବ ଓଜନ

ଶୋଇବା ଆଗରୁ ଏମିତି କରନ୍ତୁ, କମିବ ଓଜନ

ଦ୍ରୁତ ଗତିରେ ଓଜନ ବଢିଯାଉଥିବାରୁ ଏହା ବିଭିନ୍ନ ରୋଗର କାରଣ ପାଲଟୁଛି  । ତେଣୁ ଏବେ ଓଜନ କମାଇବା ପ୍ରାୟ ଲୋକଙ୍କ ପାଇଁ ସମସ୍ୟାର କାରଣ ହୋଇଛି  । ସ୍ୱାସ୍ଥ୍ୟ ବିଶେଷଜ୍ଞ ଶୋଇବାକୁ ଯିବାର ଅଧଘଣ୍ଟା ପୂର୍ବରୁ ଏଇ କେତୋଟି କଥା ପାଳନ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଶରୀରର ଚର୍ବି ନଷ୍ଟ ହେବା ପ୍ରକ୍ରିୟା ଦ୍ରୁତ ହୋଇଥାଏ ।

- ଶୋଇବାର ଅଧଘଣ୍ଟା ପୂର୍ବରୁ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଅନ୍ତୁ  । ଏଥିରେ ଥିବା କ୍ୟାଲସିୟମ ଏବଂ ପ୍ରୋଟିନ୍ ହଜମ କ୍ରିୟା ସୁସ୍ଥ ରଖ୍ ସହ ଭଲ ନିଦ ଆଣିଦିଏ । ଓଜନ ନିୟନ୍ତ୍ରଣ କରେ ।
- ଯଦି ଶୋଇବା ପୂର୍ବରୁ କପେ ଗ୍ରୀନ୍ ଟି ପିଇବାର ଅଭ୍ୟାସ କରିବେ ଏହା ମେଟାବଲିଜ୍ମ ପ୍ରକ୍ରିୟା ତ୍ୱରାନ୍ୱିତ କରି ଓଜନ କମାଇବାରେ ସହାୟକ ହେବ।
- ଶୋଇବା ପୂର୍ବରୁ ହାତ, ଗୋଡ ମାଲିସ୍ କରନ୍ତୁ । ଏହାଦ୍ୱାରା ମାଂସପେଶୀ ସୁଦୃଢ ହେବା ସହ ଅତିରିକ୍ତ ଚର୍ବି କମିବ ।
- ଶୋଇବାର ଅଧଘଣ୍ଟା ପୂର୍ବରୁ ୨୦ କିମ୍ବା ୩୦ମିନିଟ୍ ଚାଲିବାର ଅଭ୍ୟାସ କରନ୍ତୁ । ଏହା ଦ୍ୱାରା ଖାଦ୍ୟ ହଜମ ହେବା ସହିତ ଓଜନ କମିବ ।
- ରାତିରେ ଶୋଇବା ପୂର୍ବରୁ ଏକ କପ୍ ଘିକୁଆଁରୀ ବା ଆଲୋଭେରା ଜୁସ ପିଅନ୍ତୁ । ଏହା ହଜମ କ୍ରିୟା ସୁସ୍ଥ ରଖିବା ସହ ଓଜନ କମାଇବାରେ ସହାୟକ ।
- ରାତି ଖାଦ୍ୟରେ ଗୋଲମରିଚ ବ୍ୟବହାର କରନ୍ତୁ । ଏଥିରେ ଫ୍ୟାଟ୍ ବା ଚର୍ବି ନଷ୍ଟ କରିବାର ଗୁଣ ରହିଛି । ଗୋଲମରିଚ ମଧ୍ୟ ଶରୀରର ମେଟାବଲିଜ୍ମ ପ୍ରକ୍ରିୟା ଦ୍ରୁତ କରେ ଯାହା ଅଧିକ ମାତ୍ରାରେ ଥିବା ଚର୍ବି ନଷ୍ଟ କରି ଓଜନ କମାଏ ।
- ପ୍ରତିଦିନ ଶୋଇବାର ଅଧଘଣ୍ଟା ପୂର୍ବରୁ କମ୍ ଫ୍ୟାଟ୍ ଥିବା ଏକ ତାଟିଆ ଦହି ଖାଆନ୍ତୁ । ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀକୁ ଦୃଢ କରିବା ସହ ଓଜନ କମାଇବାରେ ସହାୟକ ହୋଇଥାଏ ।
- ଶୋଇବା ପୂର୍ବରୁ ଶବାସନ କିମ୍ବା ହାଲ୍କା ଷ୍ଟେଚିଂ କରିବା ଦ୍ୱାରା ଶରୀରକ ଅତିରିକ୍ତ ଚର୍ବି ନଷ୍ଟ ହୋଇଥାଏ  ।