ସଂରକ୍ଷିତ ଜଙ୍ଗଲ ଜମିରେ ପିଇଜି ଗୋଦାମକୁ ରାସ୍ତା
ସଂରକ୍ଷିତ ଜଙ୍ଗଲ ଜମିରେ ପିଇଜି ଗୋଦାମକୁ ରାସ୍ତା
admin
Dec 3, 2019 - 08:44
Updated: Dec 3, 2019 - 08:44
ଗୁଡ଼ଭେଲା - ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଅଧିନସ୍ଥ ଟେପରାମୁଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ଦର୍ଶାଇ ତୁଷୁରା-ବଲାଙ୍ଗିର ରାସ୍ତାର ଡଙ୍ଗାପଥର ଛକରୁ ସଂରକ୍ଷିତ ଜଙ୍ଗଲ ଜମି ଉପରେ ଏକ ରାସ୍ତା ନିର୍ମାଣ ଚାଲିଛି । ଏହି ରାସ୍ତା ପାଇଁ ବହୁ ବଡ ବଡ ଗଛ କଟାଯାବା ସହ ଉକ୍ତ ରାସ୍ତାଟି ପିଇଜି ଗୋଦାମ ପରେ ସରି ଯାଇଛି । ଆଗକୁ ରୟତି ଜମି ରହିଥିବାରୁ ଆଉ ରାସ୍ତା ନିର୍ମାଣ ହୋଇ ନଥିବା ଗ୍ରାମବାସୀ କହନ୍ତି । ଏପରିକି ଉକ୍ତ ରାସ୍ତା ଭିତରେ ଗଛ ଗୁଡିକ ପୋତି ହୋଇ ଯାଇଥିବା ଅଭିଯୋଗ ହେଉଛି । । ଅନ୍ୟପକ୍ଷରେ ଟେପରାମୁଣ୍ଡା ପାଇଁ ଆଉ ଏକ ସବୁଦିନିଆ ରାସ୍ତା ରହିଥିଲେ ମଧ୍ୟ ଏହି ନୂତନ ରାସ୍ତା ତିଆରି ପଛରେ କି ରହସ୍ୟ ରହିଛି ବୋଳି ସାଧାରଣରେ ପଶ୍ନବାଚୀ ସୃଷ୍ଟି ହେଉଛି । ଏପରିକି ରାସ୍ତା ନଥିବା ସ୍ଥାନରେ କିପରି ପିଇଜି ଗୋଦାମ ପାଇଁ ବିଭାଗୀୟ ଅଧିକାରୀ ଅନୁମତି ଦେଲେ ଓ ଗାଁକୁ ରାସ୍ତା ସଂଯୋଗ କରୁଥିବା ଦର୍ଶାଇ ଏବେ ଜଙ୍ଗଲ ଜମିରେ ଉପରେ ସରକାରୀ ଟଙ୍କାରେ କିପରି ବେଆଇନ ଭାବେ ରାସ୍ତା ନିର୍ମାଣ ହେଉଛି ବୋଳି ସାଧାରଣରେ ଅଭିଯୋଗ ହେଉଛି । ଏହି ଗୋଦାମରେ ୨୫ ହଜାର କୁଣ୍ଟାଳ ଚାଉଳ ରହିବାର କ୍ଷମତା ରହିଥିବା ବେଳେ ସାତ ମିଟର ଓସାରର ରାସ୍ତା ରହିଥିବା ଟେଣ୍ଡର ପେପରରେ ରହିଛି । ଏହି ରାସ୍ତା ନିର୍ମାଣ ପରେ ଏବେ ପିଇଜି ଗୋଦାନ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ଜଣାପଡିଛି । ଏନେଇ ଜଙ୍ଗଳ ବିଭାଗ ବଲାଙ୍ଗିର ଡିଏଫଓ ଶିଶିର ସତପଥୀ କହନ୍ତି ଯେ, ଗାଁକୁ ରାସ୍ତା ନଥିବାରୁ ଜଙ୍ଗଲ ଜମି ଦିଆଯାଇଛି । ଆଉ କିପରି ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇ ନାହିଁ ବୋଳି ଓଳଟା ପ୍ରଶ୍ନ କରିଥିଲେ । ଏସମ୍ପର୍କରେ ବ୍ଳକ ବିଡିଓ ସୂର୍ଯ୍ୟ କୁମାର ନାୟକଙ୍କୁ ପଚାରିବାରୁ ସେ କହନ୍ତି ଯେ, ଜଙ୍ଗଲ ବିଭାଗ ପକ୍ଷରୁ ଅନୁମତି ମିଳିଥିବାରୁ ୨ ଲକ୍ଷ ଟଙ୍କା ବ୍ୟୟରେ କିଛି ରାସ୍ତା ନିର୍ମାଣ କରା୍ୟାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚକତ୍ତୃ ପକ୍ଷ ଦୃଷ୍ଟି ଦେଇ ଉକ୍ତ ରାସ୍ତାକୁ ଗ୍ରାମ ପର୍ଯ୍ୟନ୍ତ ସଂଯୋଗ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।