ସବ୍ୟସାଚୀ ଶେଷରେ ନାୟିକା ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି

ସବ୍ୟସାଚୀ ଶେଷରେ ନାୟିକା ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି

ସବ୍ୟସାଚୀ ଶେଷରେ ନାୟିକା ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି
ଭୁବନେଶ୍ୱର: ସବ୍ୟସାଚୀ ଶେଷରେ ନାୟିକା ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି । ଆଜି ଓଲିଉଡର ସୁପରହିଟ ଯୋଡି ସବ୍ୟସାଚୀ – ଅର୍ଚ୍ଚିତାଙ୍କ ବିବାହ ହେବାକୁ ଯାଉଛି । ରିଲ ଲାଇଫରୁ ରିଏଲ ଲାଇଫର ଯୋଡି ବନିବେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ । ଏନେଇ ଖୋଦ ସବ୍ୟସାଚୀ ପୋଷ୍ଟ କରିଥିବା ବେଳେ ଭଗବାନଙ୍କ ସହ ଲୋକଙ୍କ ଆଶିର୍ବାଦ ଲୋଡିଛନ୍ତି । ଜୀବନ ସାଥୀ ବନିବାକୁ ଯାଉଥିବା ପରଦାର ଯୋଡ଼ି ବିବାହ ପୂର୍ବରୁ ନିଜ ନିର୍ବନ୍ଧର ଫଟୋ ଛାଡିଛନ୍ତି । ତାସହ ପାହାଡି ଇଲାକାରେ ପ୍ରିୱେଡିଂର ଫଟୋ ଛାଡି ନୂଆଯାତ୍ରାକୁ ସଫଳ କରିବାକୁ ଲୋକଙ୍କ ଆଶିର୍ବାଦ ଲୋଡିଛନ୍ତି ସବ୍ୟସାଚୀ । ତେବେ ସବ୍ୟ ନିଜ ପୋଷ୍ଟରେ ଲେଖିଛନ୍ତି, ସୁଖଦୁଃଖର ନାମ ଜୀବନ । ଅନେକ ଥର ଲାଗେ, ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ଆମର ବାହାଘର ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ । ତେବେ ଲକଡାଉନ ସମୟରେ ସବ୍ୟସାଚୀଙ୍କୁ ରିଲ ହିରୋରୁ ରିଏଲ ହିରୋ ହେବାର ଦେଖିଛି ଓଡିଶା । କେବେ ପ୍ରବାସୀ ଓଡିଆଙ୍କୁ ଓଡିଶା ମାଟିକୁ ଆଣିବା ହେଉ କେବେ ବାହାରେ ପଶିଥିବା ଲୋକଙ୍କୁ ସାହାଯ୍ୟ କରିବା । କରୋନା କାଳରେ ଯେତେବେଳେ ସାରା ଦେଶରେ ତାଲା ପଡିଥିଲା ସେତେବେଳେ ଲୋକଙ୍କୁ ସାହାଯ୍ୟ କରି ହୃଦୟର ହିରୋ ବନିଥିଲେ ସବ୍ୟ । ସେଇଥିପାଇଁ ତ ତାଙ୍କୁ ଓଡିଶାର ସୋନୁ ସୁଦ ବି କେହି କେହି କହୁଥିଲେ ।