ଲିଙ୍ଗରାଜ ଜାଗର ଯାତ୍ରା ପାଇଁ କଟକଣା ଲଗାଇଛି ବିଏମସି
ଲିଙ୍ଗରାଜ ଜାଗର ଯାତ୍ରା ପାଇଁ କଟକଣା ଲଗାଇଛି ବିଏମସି
admin
Mar 1, 2021 - 10:00
Updated: Mar 1, 2021 - 10:00
ଭୁବନେଶ୍ଵର: ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି । ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ । ଏବେ ଆଉଥରେ ସାନି ସଂକ୍ରମଣ ବ୍ୟାପିଲେ ସ୍ଥିତିକୁ ବିଗାଡ଼ି ଦେଇପାରେ । ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧ କରି ଲିଙ୍ଗରାଜ ଜାଗର ଯାତ୍ରା ପାଇଁ କଟକଣା ଲଗାଇଛି ବିଏମସି । ବିଏମସି ଓ ଲିଙ୍ଗରାଜ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଡିଏ କାର୍ୟ୍ୟାଳୟ ରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବସିଥିବା ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଏହି ବୈଠକରେ ଜାଗର ଯାତ୍ରାକୁ ନେଇ କଟକଣା ଲାଗୁ କରାଯାଇଛି ।
୧୦ ବର୍ଷରୁ କମ୍ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ମନ୍ଦିର ଭିତରକୁ ପ୍ରବେଶ ମନା
କରୋନା କଟକଣା ମଧ୍ୟରେ ପାଳନ ହେବ ଶିବରାତ୍ରୀ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି
ମନ୍ଦିର ଗର୍ଭଗୃହ ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା
ଆଡକାଠ ଠାରେ ରହି ଠାକୁର ଦର୍ଶନ କରିବେ ଶ୍ରଦ୍ଧାଳୁ
ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ଦର୍ଶନ ବ୍ୟବସ୍ଥା କରାଯିବ
ସମସ୍ତ ନିଯୋଗ ଏହି ଜାଗର ଯାତ୍ରାରେ ସହଯୋଗ କରିବେ। ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ୩ ନିଯୋଗ, ବିଏମସି କର୍ତ୍ତୃପକ୍ଷ, ଲିଙ୍ଗରାଜ ମନ୍ଦିର ନିର୍ଦେଶକ ଉପସ୍ଥିତ ଥିଲେ।