ସରକାର ବିକିଲେ ପିଆଜ

ସରକାର ବିକିଲେ ପିଆଜ

ଭୁବନେଶ୍ୱର: ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ ବିଭାଗ ପକ୍ଷରୁ ଅନୁଗୁଳ ଠାରେ ୧୦ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୬୦ ଟଙ୍କା ମଧ୍ୟରେ ବିକି୍ର ହେଉଛି । ସେହିପରି କଟକରେ ୩ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୭୦ ଟଙ୍କା, ସମ୍ବଲପୁର ୨ଟି ସ୍ଥାନରେ କେଜି ପିଛା ୫୪ଟଙ୍କା, ବଲାଙ୍ଗୀରରେ ୫ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, ଝାରସୁଗୁଡ଼ାର ୬ଟି ସ୍ଥାନରେ ୬୦ଟଙ୍କା, ଖୋର୍ଦ୍ଧା ୪ଟି ସ୍ଥାନରେ କେଜି ପିଛା ୭୦ ଟଙ୍କା, ମୟୂରଭଞ୍ଜର ୬୦ଟି ସ୍ଥାନରେ କେଜି ପିଛା ୬୦ ଟଙ୍କା, ଢେ଼ଙ୍କାନାଳର ୭ଟି ସ୍ଥାନରେ କେଜି ପିଛା ୭୦ ଟଙ୍କା, ଭଦ୍ରକର ୭ଟି ସ୍ଥାନରେ କେଜି ପିଛା ୬୦ ଟଙ୍କା, ନୂଆପଡ଼ାର ୨ଟି ସ୍ଥାନରେ କେଜି ପିଛା୫୫ ଟଙ୍କା, ଜୟପୁରରେ ୨ଟି ସ୍ଥାନରେ କେଜି ପିଛା ୬୫ ଟଙ୍କା, ବ୍ରହ୍ମପୁରରେ ୬ଟି ସ୍ଥାନରେ କେଜି ପିଛା ୫୮ ଟଙ୍କା, ଭବାନୀପାଟଣାର ୧୧ଟି ସ୍ଥାନରେ କେଜି ପିଛା ୫୮ ଟଙ୍କା, ବାଲେଶ୍ୱରର ୧୫ଟି ସ୍ଥାନରେ କେଜି ପିଛା ୭୨ଟଙ୍କା, କେନ୍ଦ୍ରାପଡ଼ାରେ ୬ଟି ସ୍ଥାନରେ କେଜି ପିଛା ୭୩ ଟଙ୍କା, କେଉଁଝରର ୧୩ଟି ସ୍ଥାନରେ କେଜି ପିଛା ୬୮ ଟଙ୍କା, ରାୟଗଡ଼ାର ଗୋଟିଏ ସ୍ଥାନରେ କେଜି ପିଛା ୭୦ ଟଙ୍କା, ନୟାଗଡ଼ର ଗୋଟିଏ ସ୍ଥାନରେ କେଜି ପିଛା ୭୦ ଟଙ୍କା, ସୁବର୍ଣ୍ଣପୁରର ୫ଟି ସ୍ଥାନରେ କେଜି ପିଛା ୬୫ ଟଙ୍କା, ପୁରୀର ୫ଟି ଜାଗାରେ କେଜି ପିଛା ୬୫ ଟଙ୍କା, ସୁନ୍ଦରଗଡ଼ର ୨୫ଟି ସ୍ଥାନରେ କେଜି ପିଛା ୬୭ ଟଙ୍କା, ନବରଙ୍ଗପୁରରେ ୮ଟି ସ୍ଥାନରେ କେଜି ପିଛା ୭୨ ଟଙ୍କା, କନ୍ଧମାଳର ଗୋଟିଏ ସ୍ଥାନରେ କେଜି ପିଛା ୬୫ ଟଙ୍କା, ବରଗଡ଼ରେ ୬ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, ମାଲକାନଗିରିର ୪ଟି ସ୍ଥାନରେ କେଜି ପିଛା ୫୦ ଟଙ୍କା, ଦେବଗଡ଼ର ଗୋଟିଏ ସ୍ଥାନରେ ୬୦ ଟଙ୍କା, ଗଜପତିର ୧୦ଟି ସ୍ଥାନରେ ୫୦ ଟଙ୍କା ଏବଂ ଯାଜପୁରର ୩ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୫୫ ଟଙ୍କାରେ ବିକ୍ରୟ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ଯୋଗାଣ ବିଭାଗ ତରଫରୁ ୨୨୯ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକି୍ର କରାଯାଉଛି ।