ସାଧୁ ବେଶରେ ଥିବା ପାକିସ୍ତାନୀ ଆତଙ୍କବାଦୀକୁ ଗିରଫ କଲା ଉତରପ୍ରଦେଶ ପୋଲିସ
ସାଧୁ ବେଶରେ ଥିବା ପାକିସ୍ତାନୀ ଆତଙ୍କବାଦୀକୁ ଗିରଫ କଲା ଉତରପ୍ରଦେଶ ପୋଲିସ
admin
May 18, 2021 - 12:36
Updated: May 18, 2021 - 12:36
ନୂଆଦିଲ୍ଲୀ: ସାଧୁ ବେଶରେ ଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ସଦସ୍ୟ ଜନ ମହମ୍ମଦ ଦରକୁ ପୁଲିସ ଗିରଫ କରିଛି । ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ହୋଟେଲରୁ ତାକୁ ଗିରଫ କରାଯାଇଥିବା ଦିଲ୍ଲୀ ପୁଲିସ ସୂଚନା ଦେଇଚି । ଗିରଫ ବେଳେ ସେ ଗୈରକ ବସ୍ତ୍ର ପରିଧାନ ସହ ମାଳା ପକାଇଥିଲା ଏବଂ ଚନ୍ଦନ ଟିକା ଲଗାଇଥିଲା । ସେ ଗାଜିଆବାଦସ୍ଥିତ ଦାସନା ଦେବୀ ମନ୍ଦିରର ପୂଜାରୀ ସ୍ୱାମୀ ଜତି ନରସିଂହାନନ୍ଦଙ୍କୁ ହତ୍ୟା ପାଇଁ ଯୋଜନା କରିଥିବା ପୁଲିସ କହିଛି । କାଶ୍ମୀରର ପୁଲୱାମା ଅଞ୍ଚଳ ଅଧିବାସୀ ମହମ୍ମଦ ପାଖରୁ ପୁଲିସ କେତେକ ଆପତ୍ତିଜନକ ସାମଗ୍ରୀ ସହ ଗେରୁଆ ବସ୍ତ୍ର ପୂଜା ସାମଗ୍ରୀ, ୩୦ ବୋର ପିସ୍ତଲ, ୨ଟି ମାଗାଜିନ ଓ ୧୫ଟି ଗୁଳି ଆଦି ଜବତ କରିଛି । ନରସିଂହାନନ୍ଦ କିଛି ଦିନ ତଳେ ଇସଲାମର ପ୍ରବର୍ତ୍ତକ ପୈଗମ୍ବର ମହମ୍ମଦଙ୍କୁ ସମାଲୋଚନା କରିଥିଳେ । ଏହାର ପ୍ରତିଶୋଧ ପାଇଁ ତାଙ୍କୁ ହତ୍ୟା ଯୋଜନା ହୋଇଥିଲା । ଏଥିପାଇଁ ତାଙ୍କୁ ଅବିଦ ନାମକ ବ୍ୟକ୍ତି ସମସ୍ତ ସହାୟତା କରିଥିଲା । ବଢେ଼ଇ କାମ କରୁଥିବା ଜନ ଗତ ଡିସେମ୍ବରରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ୨୦୧୬ରେ ସୁରକ୍ଷାକର୍ମୀଙ୍କ ଉପରକୁ ଢେ଼ଲା ଫିଙ୍ଗି ସେ ଗିରଫ ହୋଇଥିଲା । ଅନନ୍ତନାଗଠାରେ ନାବିଦ ତାକୁ ସାକ୍ଷାତ କରିଥିବା ଓ ପୂଜାରୀଙ୍କୁ ହତ୍ୟା କାର୍ଯ୍ୟକାରୀ କରିବା ପାଇଁ ନାବିଦ ତାକୁ ୪୦ ହଜାରରୁ ଅଧିକ ଟଙ୍କା ଦେଇଥିଲା । ସେ ଏଥିପାଇଁ ଏପି୍ରଲ ୨୩ରେ ଦିଲ୍ଲୀରେ ପହଞ୍ଚିଥିବା ଜନ ସ୍ୱୀକାର କରିଛି ।