ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ ମିରାଣ୍ଡା!

ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ ମିରାଣ୍ଡା!

ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ ମିରାଣ୍ଡା!
ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଗତକାଲି ଏନସିବି ଦ୍ୱାରା ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଏବଂ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା ଗିରଫ ହୋଇଥିଲେ । ଉଭୟ ଡ୍ରଗ୍ସ କିଣିଥିବା ମାମଲାରେ ଗିରଫ ହୋଇଥିଲେ । ତେବେ ମିରାଣ୍ଡା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣୁଥିବା ନେଇ ବୟାନ ଦେଇଛନ୍ତି । ତେବେ ମିରାଣ୍ଡାଙ୍କ ବୟାନର ସତ୍ୟତାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି । ଶୁକ୍ରବାର ଉଭୟ ସୌଭିକ ଏବଂ ମିରାଣ୍ଡାଙ୍କୁ ଶୁକ୍ରବାର ଏନସିବି ଗିରଫ କରିଥିବା ବେଳେ ଆଜି ଉଭୟଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି । ଉଭୟଙ୍କ ବିରୋଧରେ ୨୦ ବି, ୨୮, ୨୯, ୨୭ ଏ ଦଫା ଅନୁଯାୟୀ ମାମଲା ରୁଜୁ କରାଯାଇଛି ।