ସୁଷମାଙ୍କ ପ୍ରତିଶ୍ରୁତି ପୂରଣ କଲେ ବାଂଶୁରୀ

ସୁଷମାଙ୍କ ପ୍ରତିଶ୍ରୁତି ପୂରଣ କଲେ ବାଂଶୁରୀ

ସୁଷମାଙ୍କ ପ୍ରତିଶ୍ରୁତି ପୂରଣ କଲେ ବାଂଶୁରୀ
ନୂଆଦିଲ୍ଲୀ: ପୂର୍ବତନ ବିଦେଶୀ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଶେଷ ପ୍ରତିଶ୍ରୁତି ତାଙ୍କ ଝିଅ ବାଂଶୁରୀ ପୂରଣ କରିଛନ୍ତି । କୂଳଭୂଷଣ ଯାଦବ ମାମଲା ଲଢ଼ିଥିବା ଆଇନଜୀବୀ ହରିଣ ସାଲଭେଙ୍କୁ ଭେଟି ତାଙ୍କ ପାଉଣା ବାବଦ ୧ ଟଙ୍କା ବାଂଶୁରୀ ପ୍ରଦାନ କରିଛନ୍ତି । ଏହା ଥିଲା ସୁଷମାଙ୍କର ଶେଷ ପ୍ରତିଶ୍ରୁତି । ସେ ହୃଦଘାତରେ ମୃତୁ୍ୟବରଣ କରିବାର ମାତ୍ର କିଛି ସମୟ ପୂର୍ବରୁ ସାଲଭେଙ୍କୁ ଫୋନ୍ କରି କୁଳଭୂଷଣ କରିବାର ମାତ୍ର କିଛି ସମୟ ପୂର୍ବରୁ ସାଲଭେଙ୍କୁ ଫୋନ୍ କରି କୁଳଭୂଷଣ ଯାଦବ ମାମଲା ଲଢ଼ିଥିବାରୁ ତାଙ୍କ ୧ ଟଙ୍କା ପାଉଣା ନେଇଯିବାକୁ କହିଥିଲେ । ସାଲଭେ ମଧ୍ୟ ପରଦିନ ସକାଳେ ଆସି ତାଙ୍କ ପାଉଣା ନେଇଯିବେ ବୋଲି କହିଥିଲେ । କିନ୍ତୁ ସୁଷମା ଅଚାନକ ପରଲୋକରେ ଗମନ କରିଥିଲେ । ତେଣୁ ମୃତୁ୍ୟ ପୂର୍ବରୁ ସେ ସାଲ୍ଭେଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ତାଙ୍କ ଝିଅ ପୂରଣ କରିଛନ୍ତି । ସୁଷମାଙ୍କ ସ୍ୱାମୀ ସ୍ୱରାଜ କୌଶଳ ବାଂଶୁରୀ ଏବଂ ସାଲ୍ଭେଙ୍କର ଫଟୋ ପୋଷ୍ଟ କରି ଏହା ଜଣାଇଛନ୍ତି ।