ସୂର୍ଯ୍ୟଙ୍କୁ ଛିଗୁଲାଇଲେ ନିରଞ୍ଜନ ; ‘ଚାକରଙ୍କର ଷ୍ଟାଣ୍ଡାଡର଼୍ ଏଇଆ’

ସୂର୍ଯ୍ୟଙ୍କୁ ଛିଗୁଲାଇଲେ ନିରଞ୍ଜନ ; ‘ଚାକରଙ୍କର ଷ୍ଟାଣ୍ଡାଡର଼୍ ଏଇଆ’

ସୂର୍ଯ୍ୟଙ୍କୁ ଛିଗୁଲାଇଲେ ନିରଞ୍ଜନ ; ‘ଚାକରଙ୍କର ଷ୍ଟାଣ୍ଡାଡର଼୍ ଏଇଆ’
ଭୁବନେଶ୍ୱର : ‘ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ।’ ବରିଷ୍ଠ ବିଜେଡ଼ି ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଏଭଳି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତିଯେ, ଯିଏ ନିଜକୁ ଚାକର ବୋଲି କହୁଛନ୍ତି ତାଙ୍କର ଷ୍ଟାଣ୍ଡାଡର଼୍ ହିଁ ସେଇଆ । ସେ କେବଳ ନିଜର ସୁରକ୍ଷା ଓ ଚାକିରୀ ରକ୍ଷା କଥା ଚିନ୍ତା କରନ୍ତି । ଅତୀତରେ ସେ କହିଥିଲେ କାଠ ପଥର ଦିଅଁଙ୍କୁ ପୂଜିବା ଅପେକ୍ଷା ନବୀନଙ୍କୁ ପୂଜ । ତାଙ୍କ ଠାରୁ ଅଧିକ କ’ଣ ଆଶା କରାଯାଇପାରେ ବୋଲି ନିରଞ୍ଜନ କହିଛନ୍ତି । ସୂଚନାଯୋଗ୍ୟଯେ, ଶ୍ରୀ ପାତ୍ର କହିଥିଲେଯେ, ଦେଶ ଓ ରାଜ୍ୟବାସୀ ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି । ଅତୀତରେ ବିଜୁ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି କଥା ଉଠିଥିଲା । ତେବେ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ । ବହୁ ସମୟରେ କଂଗ୍ରେସ ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପଛରୁ ଗୋଡ଼ ଟାଣିବାର ନଜିର ରହିଛି । ଏଥର ବିଜେଡି ସମଦୂରତ୍ୱ ନୀତି ଆପଣାଇବ ନାହିଁ । ଯିଏ ଓଡ଼ିଶାର ସ୍ୱାର୍ଥ କଥା କହିବ ତାକୁ ସମର୍ଥନ ଦିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।