ହଲିଉଡ଼ ଓ ସାଉଥ ମୁଭି ସହ କମ୍ପିଟିସନରେ ସଲମାନ ଓ ଶାହରୁଖ

ହଲିଉଡ଼ ଓ ସାଉଥ ମୁଭି ସହ କମ୍ପିଟିସନରେ ସଲମାନ ଓ ଶାହରୁଖ

ହଲିଉଡ଼ ଓ ସାଉଥ ମୁଭି ସହ କମ୍ପିଟିସନରେ ସଲମାନ ଓ ଶାହରୁଖ

ମୁମ୍ବାଇ: ଗତବର୍ଷ ବଲିଉଡ଼ ଫିଲ୍ମରେ ଲାଗିରହିଥିଲା ବଏକଟର ଟ୍ରେଣ୍ଡ । ସାଉଥ ଓ ହଲିଉଡ଼ ମୁଭି ଗୋଟିଏ ପରେ ଗୋଟିଏ ରେକଡର଼୍ ଭାଙ୍ଗିବାରେ ଲାଗିଥିଲା । ଲୋକେ ବଲିଉଡ଼ ଫିଲ୍ମ ଦେଖିବା ପାଇଁ କୁଣ୍ଟା ବୋଧ ହେଉଥିଲେ । କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ବଲିଉଡ଼ରୁ ଉଠିଛି ବଏକଟର ଟ୍ୟାଗ୍‌ । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବଲିଉଡ଼ ନିଜର ଜାଦୁ ଚଳାଇବା ଆରମ୍ଭ କରିଦେଇଛି । କିଙ୍ଗ ଖାନ୍‌ ଶାହରୁଖ କରିଛନ୍ତି ଏହାର ଶୁଭାରମ୍ଭ ।

ଭାରତରେ ଶାହରୁଖଙ୍କ ମୁଭି ୪୫୦କୋଟି ଏବଂ ବିଶ୍ୱବ୍ୟାପୀ ୯୦୦ କୋଟି ଇନକମ କରି ହଲିଉଡ଼ ଓ ସାଉଥ ମୁଭିର ରେକଡର଼୍ ଭାଙ୍ଗିବାରେ ଲାଗିପଡ଼ିଛି । ଏବେ ପୁଣି ଦର୍ଶକେ ଅପେକ୍ଷା କରିରହିଛନ୍ତି ଶାହରୁଖଙ୍କ ଜୁନ୍‌ ମାସରେ ରିଲିଜ ହେବାକୁ ଥିବା ‘ଜବାନ’ ଓ ଡ଼ିସେମ୍ବରରେ ରିଲିଜ ହେବାକୁ ଥିବା ‘ଡ଼ଙ୍କି’ ଉପରେ ।

ଏହା ସହିତ ପଠାନ ଫିଲ୍ମରେ ଦର୍ଶକଙ୍କର ଧ୍ୟାନ ଆକର୍ଷଣ କରିଥିଲେ ଅତିଥି କଳାକାର ଭାବରେ ସଲମାନ ଖାନ୍‌ । ଯେଉଁଠାରେ ସିନେପ୍ରେମୀ ଦେଖିଥିଲେ ପୁଣି କରନ-ଅର୍ଜୁନ ଜୋଡ଼ି । ବଲିଉଡ଼ ଭାଇଜାନ ସଲମାନ ଖାନ୍‌ ମଧ୍ୟ ଏର୍ଷ ଦୁଇଟି ମୁଭି ଦର୍ଶକଙ୍କୁ ଭେଟିଦେବା ସହ ହଲିଉଡ଼ ଓ ସାଉଥ ମୁଭିର ରେକଡର଼୍ କାଟିବାର ଲକ୍ଷ ରଖିଛନ୍ତି । ଇଦ୍‌ ଉପଲକ୍ଷେ ଭାଇଜାନଙ୍କ ମୁଭି ‘କିସି କି ଭାଇ କିସି କି ଜାନ୍‌’ ଏବଂ ଦିପାବଳୀ ଅବସରରେ ‘ଟାଇଗର-୩’ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି । 

କରୋନା ପରେ ପରେ ଦୁଇବର୍ଷ ହେଲାଣି ବଲିଉଡ଼ ଇଣ୍ଡଷ୍ଟ୍ରିରେ ପଡ଼ିଥିଲା ହାହାକାର । ସାଉଥ ଓ ହଲିଉଡ଼ ମୁଭି ହିନ୍ଦିରେ ରିଲିଜ ହେଉଥିଲା ଯାହା ବଲିଉଡ଼କୁ ପଛରେ ପକାଇଦେଉଥିଲା । କିନ୍ତୁ ଏହି ବର୍ଷ ବଲିଉଡ଼ର ଦୁଇ ଖାନ୍‌ ଏହି ଟ୍ୟାଗକୁ ହଟାଇ ଦର୍ଶକଙ୍କୁ ବଲିଉଡ଼ ମୁଭି ଦେଖିବାକୁ ବାଧ୍ୟ କରିଦେବେ । ସେହିପରି ସାଉଥ ଓ ହଲିଉଡ଼ରେ ମଧ୍ୟ ଏହିବର୍ଷ ବହୁ ହାଇପ୍ରୋଫାଇଲ ମୁଭି ରିଲିଜ କରିବାର ଯୋଜନା ରହିଛି । ଏହିପରି ଭାବରେ ୨୦୨୩ରେ ସାଉଥ ଓ ହଲିଉଡ଼ ମୁଭି ସହ ବରାବର ଟକ୍କର ଦେବାକୁ ଯାଉଛି ବଲିଉଡ଼ ମୁଭି । ଦର୍ଶକଙ୍କ ପାଇଁ ମଧ୍ୟ ଯାହା ମନୋରଞ୍ଜନର ଖୁରାକ ଯୋଗାଇବ ।