୨ୟ ଡୋଜ୍ ଅପେକ୍ଷାରତଙ୍କୁ ପ୍ରାଥମିକତା

୨ୟ ଡୋଜ୍ ଅପେକ୍ଷାରତଙ୍କୁ ପ୍ରାଥମିକତା

୨ୟ ଡୋଜ୍ ଅପେକ୍ଷାରତଙ୍କୁ ପ୍ରାଥମିକତା
ଭୁବନେଶ୍ୱର: ଟିକାକରଣ ସଂପର୍କରେ ସ୍ୱାସ୍ଥ୍ୟ ବିଭାର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଥମ ଓ ୮୭%କୁ ୨ୟ ଡୋଜ୍ ଦିଆଗଲାଣି । ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍ ୯୭% ୨ୟ ଡୋଜ୍ ୮୭ ନେଲେଣି । ରାଜ୍ୟରେ ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗରେ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି । ୧ କୋଟି ୧୬ ଲକ୍ଷ ଲୋକଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ୍ ନେଲେଣି । ସେଥିରୁ ୨୩ ଲକ୍ଷ ୪୩ ହଜାର ଲୋକଙ୍କ ୨ୟ ଡୋଜ୍ ଡିଉ ହେଲାଣି । ୨ୟ ଡୋଜ୍ ଆମେ ଏଯାଏ ୫ ଲକ୍ଷ ୯୬ ହଜାର ଲୋକେ ନେଇସାରିଲେଣି । ଏଯାଏ ପାଖାପାଖି ୧୭ ଲକ୍ଷ ଲୋକଙ୍କ ୨ୟ ଡୋଜ୍ ଡିଉ ହେଉଛି । କୋଭାକ୍ସିନ ଟିକା କେବଳ ଭୁବନେଶ୍ୱର ମହାନଗର ଅଂଚଳରେ ଦିଆଯାଇଛି । କୋଭାକ୍ସିନ ଟିକା ୨ୟ ଡୋଜ୍ ଦେବାରେ ଏଯାଏ କିଛି ସମସ୍ୟେ ନାହିଁ । କୋଭାକ୍ସିନ ଟିକା ୨ୟ ଡୋଜ୍ ଦେବାରେ ଏଯାଏ କିଛି ସମସ୍ୟା ନାହିଁ । ଘରୋଇ ହସ୍ପିଟାଲରେ ୧ମ ଡୋଜ୍ ନେଇଥିଲେ, ସରକାରୀ ହସ୍ପିଟାଲରୁ ୨ୟ ଡୋଜ୍ ନେବେ । ସରକାରୀ ହସ୍ପିଟାଲରୁ ମାଗଣାରେ ୨ୟ ଡୋଜ୍ ଟିକା ନେଇପାରିବେ । ଏପ୍ରିଲ ୩୦ ସୁଦ୍ଧା ଘରୋଇ ହସ୍ପିଟାଲରେ ୧ମ ଡୋଜ୍ ନେଇଥିଲେ, ୨ୟ ଡୋଜ୍ ମାଗଣା ନେବେ । ବିଏମସି ଛାଡି ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଥିବାରୁ ସମସ୍ୟା ଉପୁଜିଛି । ଆମେ ତୁରନ୍ତ ୧୫ ଲକ୍ଷ ଡୋଜ୍ ଟିକା ଦେବାକୁ କେନ୍ଦ୍ର ନିବେଦନ କରୁଛି ବୋଲି ସ୍ୱାସ୍ଥ୍ୟ ଏସିଏସ କହିଛନ୍ତି । ପଅରଦିନ ଲକ୍ଷେ ଦେଇଥିଲେ, ୧୫ ଭିତରେ ୬/୭ ଲକ୍ଷ ଡୋଜ୍ ଦେବେ । ଯେଉଁମାନେ ୨ୟ ଡୋଜ୍ ଅପେକ୍ଷାରେ ଅଛନ୍ତି, ସେମାନେଙ୍କୁ ପ୍ରଥମେ ଦିଆଯିବ । ସେମାନେ ଛଡା କୌଣସି ନୂଆ ଲୋକଙ୍କ ପ୍ରଥମ ଡୋଜ୍ ଏବେ ଦିଆଯିବନି । ଟିକା ଉପôାଦନ, ନିୟନ୍ତ୍ରଣ କେନ୍ଦ୍ର ହାତରେ: ସିଏ ଯାହା ଦେବ ଆମେ ନେବୁ ବୋଲି ସ୍ୱାସ୍ଥ୍ୟ ଏସିଏସ କହିଛନ୍ତି ।