୨୪ ଘଣ୍ଟାରେ ୯୬ ହଜାର ନୂତନ ଆକ୍ରାନ୍ତ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ପାର

୨୪ ଘଣ୍ଟାରେ ୯୬ ହଜାର ନୂତନ ଆକ୍ରାନ୍ତ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ପାର

୨୪ ଘଣ୍ଟାରେ ୯୬ ହଜାର ନୂତନ ଆକ୍ରାନ୍ତ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ପାର
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଳକ୍ଷ ପାର କରିଛି । ୯୬୫୫୧ ଆକ୍ରାନ୍ତଙ୍କ ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫.୬୨ ଲକ୍ଷରେ ପହଞ୍ଚିଛି । ସେହିପରି ୧୨୦୯ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୭୬ ହଜାର ୨୭୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଲକ୍ଷ ୪୨ ହଜାର ୬୬୩ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୪୮୦ ରହିଛି । ଏହା ସହିତ ଦେଶରେ ଆରୋଗ୍ୟ ହାର ୭୭.୬୫ ପ୍ରତିଶତରେ ରହିଛି ।